19 September 2017
5:15:30 PM
Sambad News
ଢେଙ୍କାନାଳ

ବାଇକ୍‌ ଧକ୍କାରେ ବୃଦ୍ଧା ମୃତ

By Sambad | Date: Dec 27 2016 6:49AM
ବାଇକ୍‌ ଧକ୍କାରେ ବୃଦ୍ଧା ମୃତ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍‌ ସପ୍ତଶଯ୍ୟା ପଞ୍ଚାୟତ ସଦେଇବେରେଣୀ ଗ୍ରାମର ଝଟକ ବେହେରା(୬୦)ଙ୍କୁ ଆଜି ଏକ ବାଇକ ଧକ୍କା ଦେବାରୁ ମୃତ୍ୟୁ ହୋଇଛି। ଝଟକ ଆଜି ଅପରାହ୍ନରେ ମୁଣ୍ଡରେ କାଠ ବୋହି ନିଜ ଘରକୁ ଆସୁଥିଲେ। ସେହି ସମୟରେ ସଦେଇବେରେଣୀ ପେଟ୍ରୋଲ ପମ୍ପ ନିକଟରେ ଏକ ବାଇକ ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଝଟକଙ୍କ ପୁଅ ଗଜେନ୍ଦ୍ର ଏ ସଂପର୍କରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରାଯାଇଥିବା ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ଅଜୟ ସାହୁ ପ୍ରକାଶ କରିଛନ୍ତି।

image