23 February 2017
9:41:51 PM
Sambad News
ଢେଙ୍କାନାଳ

ଜନ ଶୁଣାଣିରେ ୬୯ଟି ଅଭିଯୋଗର ଫଇସଲା

By Sambad | Date: Dec 28 2016 1:57AM
ଜନ ଶୁଣାଣିରେ ୬୯ଟି ଅଭିଯୋଗର ଫଇସଲା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲାପାଳ ରୂପାରୋଶନ ସାହୁଙ୍କ ଉପସ୍ଥିତିରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ୍‌ ୨୮୪ ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ସହାୟତା ପାଇଁ ୩୧ ଟି ଏବଂ ରେଡ୍‌କ୍ରସ୍‌ ପାଣ୍ଠିରୁ ସହାୟତା ପାଇଁ ୧୮ ଟି ଦରଖାସ୍ତ ଆସିଥିବାବେଳେ ୨୩୦ ଟି ବ୍ୟକ୍ତିଗତ ଏବଂ ୫ ଟି ଗୋଷ୍ଠୀଗତ ଦରଖାସ୍ତ ଆସିଥିଲା। ୬୯ ଟି ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ଚିକିତ୍ସା ଲାଗି ୧୮ ଜଣଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ୪୯ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା।

ଶିବିରରେ ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବିଦୁଲତା ମିଶ୍ର୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଅଧିକାରୀ ଦାମୋଦର ସାହୁ, ଜିଲ୍ଲା ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମାଗୁଣି ପ୍ରସାଦ ମିଶ୍ର, ଜିଲ୍ଲା ଜଳ ଓ ପରିମଳ ବିଭାଗର ନିର୍ବାହୀ ଅଧିକାରୀ ବିଜୟାନନ୍ଦ ସାହୁ, ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଛୋଟରାୟ ମୁଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରଭାସ କୁମାର ବୁଡାୟକ, ଡେପୁଟି କଲେକ୍ଟର ପିଜି ସେଲ୍‌ ଶଶାଙ୍କ ଶେଖର ମିଶ୍ର, ପିଜି ସେଲର ଅଧିକାରୀ ଲଳିତ ମାଧବ ଚୌଧୁରୀ ଏବଂ ଅନ୍ୟ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।