26 May 2017
2:52:16 PM
image
Sambad News
ଢେଙ୍କାନାଳ

କମଳାଙ୍ଗ ଗ୍ରାମକୁ ପାନୀୟ ଜଳ ଯୋଗାଣ ଦାବି

By Sambad | Date: Dec 29 2016 12:01PM
କମଳାଙ୍ଗ ଗ୍ରାମକୁ ପାନୀୟ ଜଳ ଯୋଗାଣ ଦାବି

ଢେଙ୍କାନାଳ: ଓଡ଼ାପଡ଼ା ବ୍ଲକ୍‌ କମଳାଙ୍ଗ ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବା ଲାଗି ଗ୍ରାମର ମହିଳାମାନେ ଜିଲ୍ଲାପାଳଙ୍କଠାରେ ଲିଖିତ ଦାବି କରିଛନ୍ତି। କମଳାଙ୍ଗ ଗ୍ରାମରେ ହଜାରେରୁ ଅଧିକ ଲୋକ ବସବାସ କରନ୍ତି। ଏହି ଗାଁ ବ୍ରାହ୍ମଣୀ ନଦୀ କୂଳରେ ଥିବାବେଳେ ଜିଏମ୍‌ଆର୍‌ ପାୱାର ପ୍ଲାଣ୍ଟ ଯୋଗୁଁ ନଦୀ ଜଳ ଦୂଷିତ ହେଉଛି। ଅନ୍ୟପକ୍ଷରେ ପାୱାର ପ୍ଲାଣ୍ଟ ବୋରୱେଲ ମାଧ୍ୟମରେ ପାଣି ଉଠାଇ ନେଉଥିବାରୁ ଜଳସ୍ତର ନିମ୍ନଗାମୀ ହେବା ଫଳରେ ଗ୍ରାମରେ ଥିବା କୂଅ ଓ ନଳକୂପଗୁଡିକରୁ ପାଣି ବାହାରୁନାହିଁ। କିଛି ଲୋକ ବୋର୍‌ୱେଲ୍‌ କରି ଟ୍ୟାଙ୍କର ମାଧ୍ୟମରେ ପାଣି ବିକ୍ରି କରୁଛନ୍ତି।

ଲୋକମାନେ ବାଧ୍ୟ ହୋଇ ନଦୀର ଦୂଷିତ ପାଣି ବ୍ୟବହାର କରୁଥିବାରୁ ବିଭିନ୍ନ ରୋଗରେ ପଡ଼ୁଥିବା ଅଭିଯୋଗ କରିଛନ୍ତି। ଏଣୁ ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଅଂଚଳର ମହିଳାମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଲିଖିତ ଦାବି ଜଣାଇଛନ୍ତି। ଗ୍ରାମର ନମିତା ବେହେରା, ଯସ୍‌ମିନ୍‌ ପ୍ରଧାନ, ପାଞ୍ଚାଳି ବେହେରା, ସବିତା ମହାପାତ୍ର, ନର୍ମଦା ବେହେରା, ସୀତା ବିମ୍ବାଳ, ପୁନି ମହାପାତ୍ର, ମମତା ବେହେରା, ରଶ୍ମିତା ବେହେରା ପ୍ରମୁଖ ୩୭ ଜଣ ମହିଳାଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ରକୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି।

image