30 March 2017
8:05:29 AM
Sambad News
ଢେଙ୍କାନାଳ

ଓମ୍‌ଫେଡ଼୍‌ ଭ୍ୟାନରେ କେନ୍ଦୁପତ୍ର ଚାଲାଣ; ୩ ଗିରଫ

By Sambad | Date: Dec 31 2016 12:00PM
ଓମ୍‌ଫେଡ଼୍‌ ଭ୍ୟାନରେ କେନ୍ଦୁପତ୍ର ଚାଲାଣ; ୩ ଗିରଫ

ପାଳଲହଡ଼ା: ୪୯ ନମ୍ବର ଜାତୀୟ ରାଜପଥରେ ପାଳଲହଡ଼ା ରେଞ୍ଜ୍‌ ଫପଣ୍ଡ ଗାଁ ନିକଟରେ ବନ ବିଭାଗ ଆଜି ଓମ୍‌ଫେଡ଼୍‍ର ଏକ ମିଲ୍‌କ ଭ୍ୟାନ୍‌ ସହ ସେଥିରେ ନିଆଯାଉଥିବା ୧୦ କ୍ୱିଣ୍ଟାଲ ଚୋରା କେନ୍ଦୁପତ୍ର ଜବତ କରିଛି। ଗାଡ଼ି ଚାଳକଙ୍କ ସମେତ ୩ ଜଣଙ୍କୁ ବିଭାଗ ଗିରଫ କରିଛି। ବନ ବିଭାଗ ସୂତ୍ରରୁ ପ୍ରକାଶ, ରେଢ଼ାଖୋଲ ନୂଆପଡ଼ାରୁ ଚୋରା କେନ୍ଦୁପତ୍ର ଧରି ଓମ୍‌ଫେଡ଼୍‍ର ଏକ ମିଲ୍‌କ ଭ୍ୟାନ୍‌ (ଓଡି୧୫ଡି -୧୨୪୨) କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିଲା।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୂର୍ବାହ୍‌ଣ ୮ଟାବେଳେ ବିଭାଗୀୟ କର୍ମଚାରୀ ଫପଣ୍ଡ ନିକଟରେ ଗାଡ଼ି ଅଟକାଇ ସେଥିରେ ଥିବା ୧୦ କ୍ୱିଣ୍ଟାଲ୍‌ କେନ୍ଦୁପତ୍ର ଜବତ କରିଥିଲେ। ମିଲ୍‌କ ଭ୍ୟାନ୍‌କୁ ମଧ୍ୟ ଜବତ କରାଯାଇଛି। ଗାଡ଼ି ଚାଳକ କରଞ୍ଜିଆ ବିଶୋଇର ସହଦେବ କାମୁଡ଼ିଆ, ତାଙ୍କ ସହଯୋଗୀ ବିଶୋଇର ମୋହନଚନ୍ଦ୍ର ମହାନ୍ତ ଓ ଚାରମାଳର ଶୁକଦେବ ଦେହୁରୀଙ୍କୁ ବିଭାଗ ଗିରଫ କରିଛି। ଜବତ କେନ୍ଦୁପତ୍ରର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ। ଫରେଷ୍ଟର ଭାରତୀ କପରଦାର, ଫରେଷ୍ଟ ଗାର୍ଡ ମନ୍ମଥ ବେହରା ପ୍ରମୁଖ ଚଢ଼ାଉ କରିଥିଲେ। ଘଟଣା ସଂପର୍କରେ ତଦନ୍ତ ଜାରି ରହିଛି ବୋଲି ଫରେଷ୍ଟର ଶ୍ରୀମତୀ କପରଦାର ପ୍ରକାଶ କରିଛନ୍ତି।