22 February 2017
9:23:34 AM
Sambad News
ଢେଙ୍କାନାଳ

ବସ୍ତି ପିଲାଙ୍କ ସହ ନବବର୍ଷ ପାଳନ

By Sambad | Date: Jan 3 2017 7:31AM
ବସ୍ତି ପିଲାଙ୍କ ସହ ନବବର୍ଷ ପାଳନ

ଢେଙ୍କାନାଳ: ଢେଙ୍କାନାଳ ଇନର ହୁଇଲ କ୍ଲବର ସଦସ୍ୟମାନେ ସହର ଉପକଣ୍ଠ ବାଞ୍ଝକୁସୁମ ବସ୍ତି ପିଲାମାନଙ୍କ ସହ ନୂଆବର୍ଷ ପାଳନ କରିଛନ୍ତି। ବାଞ୍ଝକୁସୁମ କମ୍ୟୁନିଟି ସେଣ୍ଟରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ନଗରପାଳ ସୁଧାଂଶୁ କୁମାର ଦଳେଇ ଓ ଉପନଗରପାଳ ସୁମିତ୍ରା ଭୋଇ ଯୋଗ ଦେଇଥିଲେ। କ୍ଲବ ପକ୍ଷରୁ ପ୍ରତ୍ୟେକ ପିଲାଙ୍କୁ ସ୍କୁଲବ୍ୟାଗ, ଖେଳ ଉପକରଣ, ଫଳ, ଶୁଖିଲା ଖାଦ୍ୟ ଆଦି ଦିଆଯାଇଥିଲା।

ଏହି ଅବସରରେ କୁନି ପିଲାମାନଙ୍କ ଭିତରେ ଆୟୋଜିତ ଏକକ ଅଭିନୟ ଓ କୌତୁକ ପୋଷାକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କ୍ଲବ ସଭାପତି ତୃପ୍ତି ନନ୍ଦଙ୍କ ପୌରହିତ୍ୟରେ ପ୍ରାରମ୍ଭରେ କୁନି କୁନି ପିଲାମାନେ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ। କ୍ଲବ ସଦସ୍ୟା ଅନସୂୟା ଭୂତିଆ, ଅର୍ଚ୍ଚନା ମହାପାତ୍ର, କିରଣ ଅଗ୍ରୱାଲ, ସସ୍ମିତା ଶତପଥୀ, ଅଙ୍ଗନବାଡ଼ି ସେଣ୍ଟର ପରିଚାଳିକା ସସ୍ମିତାରାଣୀ କବି ଶତପଥୀ ଓ ଭାରତୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।