23 May 2017
6:36:13 AM
image
Sambad News
ଢେଙ୍କାନାଳ

ନେଇଗଲେ ଇନ୍ଦିରାବାସ ଟଙ୍କା

By Sambad | Date: Jan 5 2017 11:58AM
ନେଇଗଲେ ଇନ୍ଦିରାବାସ ଟଙ୍କା

ଢେଙ୍କାନାଳ: ଗଁଦିଆ ବ୍ଲକ୍‌ ମଠତେନ୍ତୁଳିଆ ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମର ଜଣେ ଆଦିବାସୀ ମହିଳାଙ୍କୁ ଇନ୍ଦିରା ଆବାସ ମିଳିଥିବା ବେଳେ ସେ ବାବଦ ଟଙ୍କା ଅନ୍ୟ ଜଣଙ୍କ ଆକାଉଣ୍ଟକୁ ପଠାଯାଇଛି। ଫଳରେ ହିତାଧିକାରୀ ବର୍ଷେ ହେବ ଇନ୍ଦିରା ଆବାସ ଟଙ୍କା ନପାଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ନୀଳକଣ୍ଠପୁର ଗ୍ରାମର ଲଛମନ ମୁଣ୍ଡାଙ୍କ ସ୍ତ୍ରୀ ଚାନ୍ଦେଇଙ୍କୁ ଇନ୍ଦିରା ଆବାସ ମିଳିଥିଲା।

ନିୟମ ଅନୁଯାୟୀ, କାର୍ଯ୍ୟାଦେଶ ପାଇବା ପରେ ଘର ବାବଦ ଟଙ୍କା ତାଙ୍କ ପାସବୁକ୍‌ ଆକାଉଣ୍ଟକୁ ପଠାଯିବା କଥା। କିନ୍ତୁ ଟଙ୍କା ନମିଳିବାରୁ ସେ ବିଡିଓଙ୍କ ଦ୍ୱାରସ୍ଥ ହେବା ପରେ ତାଙ୍କ ଟଙ୍କା ଅନ୍ୟଜଣଙ୍କ ଆକାଉଣ୍ଟକୁ (୯୩୭୩୨୧୦୭୦୦୩୪୫) ପଠା ଯାଇଥିବା ଜାଣିବାକୁ ପାଇଥିଲେ। ଭୁଲବଶତଃ ଏହି ଟଙ୍କା ଅନ୍ୟ ଆକାଉଣ୍ଟକୁ ପଳାଇଥିବାବେଳେ ଟଙ୍କା ଫେରି ପାଇବାର ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ କର୍ମଚାରୀ କହିଥିଲେ ବୋଲି ଶ୍ରୀମତି ମୁଣ୍ଡା ପ୍ରକାଶ କରିଛନ୍ତି।

ଏଥିପାଇଁ ସେ ୨୦୧୫ ସେପ୍ଟେମ୍ବର ୧୩ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଅକ୍ଟୋବରରେ ବିଡିଓଙ୍କୁ ଦରଖାସ୍ତ କରିଥିଲେ। ମାତ୍ର ଟଙ୍କା ମିଳୁନଥିବାରୁ ଗତ ୨ ତାରିଖରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଟଙ୍କା ଫେରି ପାଇବାର ବ୍ୟବସ୍ଥା କରିବାକୁ ଲିଖିତ ଭାବେ ଜଣାଇଛନ୍ତି।

image