22 August 2017
4:33:50 PM
image
Sambad News
ଢେଙ୍କାନାଳ

ବାଇକ୍‌ ଚୋର ଗିରଫ

By Sambad | Date: Jan 6 2017 6:53AM
ବାଇକ୍‌ ଚୋର ଗିରଫ

ଢେଙ୍କାନାଳ : ବାଇକ୍‌ ଚୋରି କରିଥିବା ଅଭିଯୋଗରେ ସଦାଶିବପୁର ଗ୍ରାମର ଜଣେ ଯୁବକକୁ ଟାଉନ୍‌ ଥାନା ପୁଲିସ୍‌ ଗିରଫ କରିବା ସହ ତା’ ଠାରୁ ଏକ ବାଇକ୍‌କୁ ଜବତ କରିଛି। ସୂଚନା ଅନୁଯାୟୀ, ଗତ ୩୦ ତାରିଖ ଦିନ ସହରର ୟୁନିୟନ୍‌ ବ୍ୟାଙ୍କ ସମ୍ମୁଖରୁ ଏକ (ଓଆର୍‌୦୬ଜେ୮୬୪୯)  ସିଡିଡନ୍‌ ବାଇକ ଚୋରି ହୋଇଥିବା ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ସଦାଶିବପୁର ଗ୍ରାମର ହଲିମ୍‌ ଓରଫ ସୁବ୍ରତ(୨୬)କୁ ଢେଙ୍କାନାଳ ସହରର କଲୋନୀ ସାହି ସ୍ଥିତ ତାର ଶ୍ୱଶୁର ଘରୁ ଗିରଫ କରିଛି। ପୁଲିସ ତାଠାରୁ ଏକ ସିଡିଡନ୍‌ ବାଇକକୁ ମଧ୍ୟ ଜବତ କରିଛି। ସୁବ୍ରତ ଏକ କେବିନ୍‌ ପୋଡା ଘଟଣାରେ ମଧ୍ୟ ସଂପୃକ୍ତ ଥିବା ପୁଲିସ୍‌ ସୂଚନା ଦେଇଛି। ଗତ ଡିସେମ୍ବର ୧୪ ତାରିଖ ରାତିରେ ଦକ୍ଷିଣକାଳୀ କଲୋନୀ ସାହିରେ ଥିବା ଏକ କେବିନ୍‌କୁ ୩ ଜଣ ମିଶି ପୋଡ଼ି ଦେଇଥିବାବେଳେ ତାର ଅନ୍ୟ ଦୁଇ ସହଯୋଗୀ ଫେରାର୍‌ ଥିବା ଟାଉନ୍‌ ଥାନା ଅଧିକାରୀ ଅଭିନବ ଡାଳୁଆ ପ୍ରକାଶ କରିଛନ୍ତି।