25 March 2017
3:21:31 AM
Sambad News
ଢେଙ୍କାନାଳ

ଢେଙ୍କାନାଳ: ବାର୍‌ହା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

By Sambad | Date: Jan 6 2017 1:16PM
ଢେଙ୍କାନାଳ: ବାର୍‌ହା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ: ବାର୍‌ହା ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
 ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ  ଆମ୍ବପଡ଼ା ଗ୍ରାମର  କୋଦଣ୍ଡ ମଲ୍ଲିକ (୭୦ ବର୍ଷ)  ବିଲକୁ ଯାଇଥିବା ବେଳେ ଧାନ ଖାଇବାକୁ ଆସିଥିବା ଏକ ବଣୁଆ ବାର୍‌ହା ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୂ ଘଟିଥିଲା। ପରେ ବାର୍‌ହାଟି ମୁକୁନ୍ଦପଶି ଗ୍ରାମକୁ ଯାଇ ବିଲରୁ ଘାସ କାଟି ଫେରୁଥିବା ବଂଶୀଧର ସାମଲଙ୍କୁ ଆକ୍ରମଣ କରିଥିଲା।