27 March 2017
12:23:07 AM
Sambad News
ଢେଙ୍କାନାଳ

ବାରହା ଆକ୍ରମଣରେ ବୃଦ୍ଧ ମୃତ, ଜଣେ ଗୁରୁତର

By Sambad | Date: Jan 7 2017 12:02PM
ବାରହା ଆକ୍ରମଣରେ ବୃଦ୍ଧ ମୃତ, ଜଣେ ଗୁରୁତର


ଢେଙ୍କାନାଳ/ଯୋରନ୍ଦା,: ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଆମ୍ବପଡା ଗ୍ରାମରେ ଆଜି ବାର୍‌ହା ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ମକୁନ୍ଦପୁର ଗ୍ରାମର ଜଣେ ବୃଦ୍ଧ ଗୁରୁତର ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।  ମିଳିଥିବା ସୂଚନା ଅନୁଯାୟୀ, ଆମ୍ବପଡା ଗ୍ରାମର କୋଦଣ୍ଡ ମଲ୍ଲିକ (୭୦) ଆଜି ସକାଳୁ ନିଜ ବିଲକୁ ଯାଇଥିବା ବେଳେ ହଠାତ୍‌ ଏକ  ବାର୍‌ହା ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ପରେ ସେହି ବାର୍‌ହାଟି ମକୁନ୍ଦପୁର ଗ୍ରାମ ଆଡକୁ ପଳାଇ ଯାଇଥିବା ବେଳେ ବିଲରୁ ଘାସ ଆଣୁଥିବା   ଗ୍ରାମର ବଂଶୀଧର ସାମଲ(୬୦)ଙ୍କୁ  ଆକ୍ରମଣ କରିଥିଲା। ବାର୍‌ହା ଆକ୍ରମଣରେ ବଂଶୀଧର ଗୁରୁତର ଆହତ ହୋଇଥିଲେ। ବଂଶୀଧରଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ବଂଶୀଧରଙ୍କ ଡାହାଣ ଜଙ୍ଘରେ ଗୁରୁତର ଆଘାତ ଲାଗିଛି। ଖବର ପାଇ ଷଡ଼ଙ୍ଗି ରେଞ୍ଜର, ଯୋରନ୍ଦା ଫରେଷ୍ଟର, ଯୋରନ୍ଦା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏ ସଂପର୍କରେ ଯୋରନ୍ଦା ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବକୁ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ପଠାଯାଇଛି।