26 April 2017
1:31:08 PM
image
Sambad News
ଢେଙ୍କାନାଳ

ଆଶା ଦିଦିଙ୍କ ଆତ୍ମହତ୍ୟା

By Sambad | Date: Dec 24 2016 11:45AM
ଆଶା ଦିଦିଙ୍କ ଆତ୍ମହତ୍ୟା

ଢେଙ୍କାନାଳ: ଯୋରନ୍ଦା ଫାଣ୍ଡି କରମୂଳ ଗ୍ରାମର ଜଣେ ଆଶା ଦିଦି ଆଜି କନିଅର ଫଳ ଖାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ପ୍ରକାଶ ଯେ, କରମୂଳ ଗ୍ରାମର ଅନ୍ତର୍ଯ୍ୟାମୀ ବେହେରାଙ୍କ ପତ୍ନୀ ଶୋଭାରାଣୀ (୩୫) ଆଶା ଦିଦି ଭାବେ କାର୍ଯ୍ୟ କରନ୍ତି। ସବୁଦିନ ପରି ଆଜି ସକାଳୁ ସେ ମମତା ଯୋଜନାରେ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସଂପର୍କରେ ଗ୍ରାମର ବିଭିନ୍ନ ପରିବାରକୁ ଯାଇଥିଲେ।

ସେଠାରୁ ଦ୍ୱିପ୍ରହରରେ ଘରକୁ ଫେରି ଖିଆପିଆ କରିଥିଲେ। ତେବେ ଅପରାହ୍ନ ୨ ଟା ରେ ବାନ୍ତି ହେବାରୁ ଘର ଲୋକ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘରୋଇ ଗଣ୍ଡଗୋଳକୁ କେନ୍ଦ୍ର କରି ଶୋଭାରାଣୀ କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଇଛି। ତେବେ ଶୋଭାରାଣୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯୋରନ୍ଦା ଫାଣ୍ଡିରେ ଏ ସଂପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଫାଣ୍ଡି ପକ୍ଷରୁ କୁହାଯାଇଛି।
 

image