24 July 2017
7:58:52 AM
image
Sambad News
ରାଜ୍ୟ

ଯାଜପୁର ପୁଲିସ୍‌ ସହ ମୁହାଁମୁହିଁ:ଧରାପଡ଼ିଲା ଝାଡ଼ଖଣ୍ଡୀ ଦୁର୍ବୃତ୍ତ

ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଡକାୟତି

By Sambad | Date: Jan 9 2017 10:51PM
ଯାଜପୁର ପୁଲିସ୍‌ ସହ ମୁହାଁମୁହିଁ:ଧରାପଡ଼ିଲା ଝାଡ଼ଖଣ୍ଡୀ ଦୁର୍ବୃତ୍ତ

କୁହିକା : ଢେଙ୍କାନାଳ ଏକ ଗ୍ରାମ୍ୟବ୍ୟାଙ୍କରୁ ଲୁଟ୍‌ କରି ଖସି ଆସିଥିବା ଜଣେ ସଶସ୍ତ୍ର ଡକାୟତ ପୁଲିସ୍‌ ହାତରେ ଧରାପଡ଼ିଛି। ଯାଜପୁର ପୁଲିସ୍‌ ଘେରବନ୍ଦୀ କରି ଏହି ଡକାୟତକୁ କାବୁ କରିନେଇଛି। ଅନ୍ୟମାନେ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି। ଗିରଫ ସମୟରେ ପୁଲିସ୍‌ ସହିତ ଏହି ଡକାୟତ ଜଣକ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ଏଇ ସମୟରେ ଗୋଟିଏ ବୋମା ଫୁଟିଥିଲେ ମଧ୍ୟ କାହାର କିଛି କ୍ଷତି ହୋଇନାହିଁ। ପୁଲିସ୍‌ କିଛି ଅଫୁଟା ବୋମା ଓ ଗୁଳି ଜବତ କରିଛି।
 

ଦିନ ୧ଟା ସମୟରେ  ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଗଡ଼ନୃସିଂହ ପ୍ରସାଦ ଗ୍ରାମ୍ୟବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।  ଡକାୟତି କରି ସାରିବା ପରେ ଦୁର୍ବୃତ୍ତମାନେ ୪ଟି ମୋଟର ସାଇକେଲ୍‌ରେ ଭୁବନ ଥାନା ଅନ୍ତର୍ଗତ ଅନଳ ଗ୍ରାମ ଦେଇ ଯାଜପୁରକୁ ପ୍ରବେଶ କରିଥିଲେ। ଏ ସମ୍ପର୍କରେ ଆଗୁଆ ଖବର ପାଇ ଯାଜପୁରର ସୁକିନ୍ଦା ପୁଲିସ୍‌  ଜଗି ରହିଥିଲେ। ସେମାନେ ମଙ୍ଗଳପୁର ଆଡ଼କୁ ଆସୁଥିବାବେଳେ ପୁଲିସ୍‌ର ଏକ ଟିମ୍‌ ବାଟ ଓଗାଳିଥିଲେ। ଫଳରେ, ଡକାୟତମାନେ ଇତଃସ୍ତତଃ ହୋଇ ବିଭିନ୍ନ ରାସ୍ତାରେ ଚାଲି ଯାଇଥିଲେ।

କାଳିଆପାଣି ଆଡ଼କୁ ଯାଉଥିବା ଦୁର୍ବୃତ୍ତମାନେ ସେଠାକାର ପୁଲିସ୍‌ ହାବୁଡ଼ରେ ପଡ଼ି ଯାଇଥିଲେ। ଏହି ସମୟରେ ସେମାନେ ମୋଟରସାଇକେଲ୍‌କୁ ପଛକୁ ବୁଲାଇ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଜଣେ ଦୁର୍ବୃତ୍ତ ଧରା ପଡ଼ି ଯାଇଥିଲା। ପୁଲିସ୍‌ ହାତରୁ ଖସି ପଳାଇବା ପାଇଁ ସେ ଉଦ୍ୟମ କରିବା ସହିତ ଏକ ବୋମା ମଧ୍ୟ ଫୁଟାଇଥିଲା। ମାତ୍ର, ପୁଲିସ୍‌ ଟିମ୍‌ ତାକୁ କାବୁ କରି ନେଇଥିଲେ। 

ତା’ ପାଖରୁ ଦୁଇଟି ଅଫୁଟା ଗୁଳି, ଗୋଟିଏ ଅଫୁଟା ବୋତଲ ବମ୍‍ ଜବତ ହୋଇଥିବା ବେଳେ ଏକ ବଂଧୁକକୁ ଫିଙ୍ଗି ଦେଇଥିବା ପୁଲିସ୍‌ କହିଛି। ଗିରଫ ବ୍ୟକ୍ତି ଜଣକ ଝାଡ଼ଖଣ୍ଡ ରାଜ୍ୟ ଝିକପଶି ଥାନା ଥିଓରିଭାଷ ଗ୍ରାମର ମଙ୍ଗଲ ମୁଣ୍ଡାଙ୍କ ପୁଅ ସଦର ମୁଣ୍ଡା ବୋଲି ପଚିଚୟ ଦେଇଛି। ୮ ଜଣ ଦୁର୍ବୃତ୍ତ ୪ଟି ମୋଟର ସାଇକେଲ୍‌ରେ ଆସି ଏହି ଲୁଟ୍‌ କରିଥିବା ଜଣାପଡ଼ିଛି।
ସୁକିନ୍ଦା ପୁଲିସ୍‌ର  ଏସ୍‍ଆଇ  ସୁଶିଲ କୁମାର ନାୟକ ଓ ଏଏସ୍‍ଆଇ ମନୋରଂଜନ ସାମଲ ଏବଂ କାଳିଆପାଣି କାଳିଆପାଣି ଥାନାଧିକାରୀ ଯୁବରାଜ ସ୍ୱାଇଁ ନେତୃତ୍ଵରେ ଏକ ଟିମ୍‌ ଅପରେସନ୍‌ରେ ସାମିଲ୍‌ ହୋଇଥିଲେ।