ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ଗାଧୁଆ ଘରେ ଟ୍ୟାପ୍‌ ବାଜି ଶିଶୁକନ୍ୟା ମୃତ, ନଦୀରେ ବୁଡ଼ିଗଲା ୬ ବର୍ଷୀୟ ଝିଅ

ବଲାଙ୍ଗୀର: ସ୍ଥାନୀୟ ବେହେରାପାଲିଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣନିଧି କୁମ୍ଭାରଙ୍କ ଛ' ବର୍ଷର ଝିଅ ଅଭିପ୍ରିୟା ଗାଧୁଆ ଘରକୁ ଯାଇଥିଲେ। ସେ ଉଠିବା ବେଳେ ପାଣି ଟ୍ୟାପ୍‌ ମୁଣ୍ଡରେ ବାଜିଥିଲା। ତାଙ୍କୁ ଭୀମ ଭୋଇ ମେଡିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ…
ଅଧିକ ଖବର ଦେଖନ୍ତୁ...

ଥମୁନି ଦାଦନ ଦୁଃଖ, ମୁକ୍ତି ପାଇଁ ଗୁହାରି; ତେଲେଙ୍ଗାନାରେ ଅକଥନୀୟ ନିର୍ଯାତନା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା‌ରେ ଦାଦନ ଚାଲାଣ ହେବା ଦିନଠୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଘଟଣା ସାମ୍‌ନାକୁ ଆସୁଛି। କେତେବେଳେ ଦାଦନ ଶବ ହୋଇ ଫେରୁଛି, ତ କେତେବେଳେ ମାଲିକର ନିର୍ଯାତନାର ଖବର ସୁଦୂର ଇଲାକାରୁ ଆସୁଛି। ଇତିମଧ୍ୟରେ ତେଲେଙ୍ଗାନାର ପାଏଦାପାଲି ଅଞ୍ଚଳର ଇଟାଭାଟିରେ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋମୁଣ୍ଡାକୁ ଏନଏସି ମାନ୍ୟତା ଦାବି ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ଆମରଣ ଅନଶନ

ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାକୁ ଏନଏସି ମାନ୍ୟତା ଦାବି ନେଇ ବଙ୍ଗୋମୁଣ୍ଡା ପଞ୍ଚାୟତବାସୀଙ୍କ ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ଆମରଣ ଅନଶନ କରାଯାଇଛି। ବଙ୍ଗୋମୁଣ୍ଡାର ସରପଞ୍ଚ ଅଜିତ କୁମାର ଯୋଶୀ, ବ୍ଲକଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ସନ୍ତୋଷ ତ୍ରିପାଠୀ, ରୋୟଲ ଜୈନ…
ଅଧିକ ଖବର ଦେଖନ୍ତୁ...

ଟିଟିଲାଗଡ଼ କାରାଗାରରୁ ୨ କଏଦୀ ଫେରାର ମାମଲା: ୱାଡେନ୍‌ ନିଲମ୍ବିତ

ଟିଟିଲାଗଡ଼: ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପକାରାଗାରରୁ ଗତ ୯ ତାରିଖ (ଶନିବାର) ରାତିରେ ୨ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଫେରାର ମାରିବା ଘଟଣାରେ କାର୍ଯ୍ୟରତ ୱାଡେନ୍‌ ନିଲମ୍ବିତ ହୋଇଛନ୍ତି। ପଶ୍ଚିମାଞ୍ଚଳ ଜେଲ୍‌ ଡ଼ିଆଇଜି କୁଳମଣି ବେହେରା ସଂପୃକ୍ତ ୱେଡେନ୍‌ ଦାନୀ ଦୋରାଙ୍କୁ…
ଅଧିକ ଖବର ଦେଖନ୍ତୁ...

ରାସ୍ତକଡ଼ରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଝୁପଡ଼ିପଡ଼ା ରାସ୍ତାରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଭବାନୀପାଟଣା ଅଞ୍ଚଳର ଜଗନ୍ନାଥ ଗହୀର। ଜଗନ୍ନାଥଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଝୁପଡ଼ିପଡ଼ା ତାଙ୍କ ସମ୍ପର୍କୀୟ ଘରକୁ…
ଅଧିକ ଖବର ଦେଖନ୍ତୁ...

ଟିଟିଲାଗଡ଼ ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା  ଟିଟିଲାଗଡ଼ ଉପକାରାଗାରରୁ ୨ବିଚାରାଧୀନ କଏଦୀ ଫେରାର ହେଇଥିବାର ଖବର ମିଳିଛି। ହତ୍ୟା ଅଭିଯୋଗରେ ୨ବର୍ଷ ହେଲା ଜେଲରେ ଥିବା ଦୁଇ ଅଭିଯୁକ୍ତ ଶୋଭାବନ ରଣା ଓ ସୁମିତ ବିହାରୀ କାରାଗାର ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି।
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ୍‌ ବର୍ଜ୍ୟରେ ଜଳାଶୟ ଭର୍ତ୍ତି: ଆଉ ଫୁଟୁନି ପଦ୍ମ, କଇଁ

ବଲାଙ୍ଗୀର: ବଲାଙ୍ଗୀର ସହରରେ ଜଳାଶୟଗୁଡ଼ିକର ସ୍ଥିତି ଅତି ସାଂଘାତିକ। ୧୭ଟି ଜଳାଶୟରୁ ସବୁ ବ୍ୟବହାର ଅନୁପଯୋଗୀ। ପ୍ରତିଟି ଜଳାଶୟ କେଉଁ କାଳରୁ ପ୍ରଦୂଷିତ ହୋଇସାରିଲାଣି। ଏଭଳି କିଛି ଜଳାଶୟ ରହିଛି, ଯାହାର ପାଣି ପଶୁପକ୍ଷୀ ବି ପିଇବା ଅନୁପଯୋଗୀ ବୋଲି ବିଶେଷଜ୍ଞ ରିପୋର୍ଟ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ଦେଓଗାଁ ପରିମଳ ବିଭାଗ ବିଆରସି

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି | ଲାଞ୍ଚ ନେଉଥିବାବେଳେ ଜଣେ କର୍ମଚାରୀ ଧରାପଡ଼ିଛନ୍ତି | ଲାଞ୍ଚ ନେଇ ଧରାପଡିଥିବା କର୍ମଚାରୀ ଜଣକ ହେଉଛନ୍ତି ଦେଓଗାଁ ଜଳ ଓ ପରିମଳ ବିଭାଗର ବିଆରସି ମଧୁସୂଦନ ପଟେଲ। ମିଳିଥିବା ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ଛିଣ୍ଡୁନି ସାଂସଦ ଅଙ୍କ, ବିଜେଡି ଖେଳିବ କି ମହିଳା କାର୍ଡ?

ବଲାଙ୍ଗୀର: ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀରେ କିଏ ବିଜେଡି ପ୍ରାର୍ଥୀ ହେବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳ ଏଥରକ କଳିକେଶ ନାରାୟଣ ସିଂଦେଓଙ୍କୁ ପ୍ରାର୍ଥୀ କରିବ ନା ମହିଳା କାର୍ଡ ଖେଳିବ? ଏହିଭଳି ପ୍ରଶ୍ନ ଏବେ ନିର୍ବାଚନମଣ୍ଡଳୀ ସାରା ଘୂରିବୁଲୁଛି। ସାଂସଦ ପ୍ରାର୍ଥୀ ଭ‌ାବେ…
ଅଧିକ ଖବର ଦେଖନ୍ତୁ...

ବିଜେଡି-କଂଗ୍ରେସ ‘ପଟ୍ଟା’ ଟକ୍କର୍‌

ବଲାଙ୍ଗୀର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି-କଂଗ୍ରେସ ମଧ୍ୟରେ ଟକ୍କର୍‌ ଏବଂ ତିକ୍ତତା ସେତିକି ବଢୁଛି। ସୋମବାର ‘ପଟ୍ଟା’ ପ୍ରସଙ୍ଗ ନେଇ ଉଭୟ ଦଳ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଛନ୍ତି। ସହରର ଭୂମିହୀନଙ୍କୁ ସରକାର ତୁରନ୍ତ ଜମି ପଟ୍ଟା ଦେବାଦାବିରେ ଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...