24 September 2017
10:44:58 AM
Sambad News
ମନୋରଞ୍ଜନ

ଜେଲ୍‌ ଗାଧୁଆଘର ଭିତରୁ ଗ୍ୟାଙ୍ଗ୍‌ଷ୍ଟାର୍‌ ଆବୁଙ୍କ ପ୍ରେମିକା ମୋନିକାଙ୍କ ଫଟୋ ହୋଇଥିଲା ଭାଇରାଲ୍‌

ଏବେ ସେ ଆସୁଛନ୍ତି ନୂଆ ଟିଭି ସିରିଏଲ୍‌ରେ

By Sambad | Date: May 19 2017 8:52PM
ଜେଲ୍‌ ଗାଧୁଆଘର ଭିତରୁ ଗ୍ୟାଙ୍ଗ୍‌ଷ୍ଟାର୍‌ ଆବୁଙ୍କ ପ୍ରେମିକା ମୋନିକାଙ୍କ ଫଟୋ ହୋଇଥିଲା ଭାଇରାଲ୍‌

ନବେ ଦଶକର ବଲିଉଡ୍‌ ନାୟିକା ମୋନିକା ବେଦୀଙ୍କର ଗ୍ୟାଙ୍ଗ୍‌ଷ୍ଟାର୍‌ ଆବୁ ସାଲେମ୍‌ଙ୍କ ସହିତ ପ୍ରେମ ସଂପର୍କ ଥିବା କଥାଟି ଆପଣ ଜାଣିଥିବେ ନିଶ୍ଚୟ। ଯାହା ବି ହେଉ ଗତ କେତେ ବର୍ଷ ହେବ ଏହି ଅଭିନେତ୍ରୀ ଜଣକ କାମ କରି ନଥିବା ଜାଣିବାକୁ ମିଳିଛି। ସେ ଶେଷ ଥର ପାଇଁ ‘ବଡ଼େ ଅଚ୍ଛେ ଲଗତେ ହେଁ’ ସିରିୟଲ୍‌ରେ ଦୃଶ୍ୟମାନ ହୋଇଥିଲେ। ୧୯୯୦ ମସିହାରେ ମୁମ୍ବାଇ ବିସ୍ଫୋରଣରେ ପ୍ରେମିକ ଅବୁଙ୍କ ସଂପୃକ୍ତି ଥିବା ରହିଥିବା ସତ୍ତ୍ୱେ ମୋନିକା ତାଙ୍କୁ ବିବାହ କରିଥିଲେ।
 
୨୦୦୩ ମସିହାରୋ ବିନା କାଗଜପତ୍ରରେ ଯାତ୍ରା କରୁଥିବା ଅଭିଯୋଗରେ ମୋନିକାଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିଲା। ସମସ୍ତ ଶୁଣାଣି ପରେ ୨୦୧୦ରେ ତାଙ୍କୁ ପୂର୍ଣ୍ଣ ରୂପେ ମୁକ୍ତ କରି ଦିଆଯାଇଥିଲ। ସେ ଭୋପାଳ ଜେଲ୍‌ରେ ରହୁଥିବା ବେଳେ ତାଙ୍କର କେତୋଟି ନଗ୍ନ ଫଟୋ ମଧ୍ୟ ଲିକ୍‌ ହୋଇଥଲା। ସେ ସମୟରେ ଏହି ଫଟୋ ଲିକ୍‌ ଘଟଣାକୁ ନେଇ ସୁପ୍ରିମ୍‌କୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ। ତେବେ ମୋନିକା ଖୁବ୍‌ ଶୀଘ୍ର ଲାଇଫ୍‌ ଓକେ ଚ୍ୟାନେଲ୍‌ର ‘ମାସୁମ୍‌’ ସିରିଏଲ୍‌ରେ ଦୃଶ୍ୟମାନ ହେବେ।

image