30 April 2017
10:33:50 AM
image
Sambad News
ମନୋରଞ୍ଜନ

ହିରୋଇନ୍‌ଙ୍କ ସହ ସେଲଫି ନେବାକୁ ଜଣେ ଲୋକ ତାଙ୍କ ସହ ଓ୍ଵାସରୁମ୍‌ରେ ପଶିଗଲା

By Sambad | Date: Apr 21 2017 1:27PM
ହିରୋଇନ୍‌ଙ୍କ ସହ ସେଲଫି ନେବାକୁ ଜଣେ ଲୋକ ତାଙ୍କ ସହ ଓ୍ଵାସରୁମ୍‌ରେ ପଶିଗଲା

ମୁମ୍ବାଇ: ବଲିଉଡ୍‌ର ହଟ୍‌ ହିରୋଇନ୍‌ମାନେ ଆଜିକାଲି ଏକ ଅଜବ ଗୋଲକ ଧନ୍ଦାରେ ଫସିଯାଉଛନ୍ତି । ତାଙ୍କ ସହ ସେଲଫି ନେବାକୁ ଲୋକଙ୍କ ଭିତରେ ନାହିଁ ନଥିବା ଆଗ୍ରହ । ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଛି ବଲିଉଡ୍‌ର ହଟ୍‌ ହିରୋଇନ୍‌ ଇଶା ଗୁପ୍ତାଙ୍କ ସହ । ସେ ଦୁବାଇରେ ଏକ ଆଓ୍ଵାର୍ଡ ଫଙ୍କସନରେ ଡିଜାଇନର୍‌ ଅଞ୍ଜଳି ଏବଂ ଅର୍ଜୁନ କପୁରଙ୍କ ସହ ରାମ୍ପ ଓ୍ଵାକରେ ଚାଲିବା ବେଳେ ଲକ୍ଷ୍ୟ କଲେ ତାଙ୍କର ଗାଉନରେ କିଛି ଅସୁବିଧା ହୋଇଛି । ତାକୁ ଠିକ୍‌ କରିବା ଲାଗି ଇଶା ଧାଇଁଥିଲେ ଓ୍ଵାସରୁମ୍‌ ।
 
ତାଙ୍କ ଅଜାଣତରେ ଆଉ ଜଣେ ଲୋକ ତାଙ୍କ ସହ ଓ୍ଵାସରୁମ୍‌ରେ ପଶିଗଲା ଏବଂ ତାଙ୍କ ସହ ସେଲଫି ନେବାକୁ ଜିଦ୍‌ ଧରିଲା । ଇଶା ତାଙ୍କୁ ବାହାରିଯିବାକୁ କହିବା ସତ୍ତ୍ୱେ ସେ ବାରମ୍ବାର ସେଲଫି ନେବାକୁ ଜିଦ୍‌ ଧରିଲା । ହେଲେ ଇଶା ଜାଣି ନଥିଲେ ଯେ ସେହି ଲୋକଟି ତାଙ୍କର ଗାଉନ୍‌ ସଜାଡ଼ିବାକୁ ଆସିଛି । ବେଶ୍‌ କିଛି ସମୟପରେ ଏକଥା ଜାଣିପାରିଲେ ସେ ।
 

image