24 September 2017
10:29:07 AM
Sambad News
ମନୋରଞ୍ଜନ

ଝିଅ ନ୍ୟାସା ପାଇଁ ରାତିରେ ନିଦ ବଟିକା ଖାଇ ଶୋଉଛନ୍ତି ଅଜୟ ଦେବ୍‌ଗନ୍‌ !

By Sambad | Date: Sep 12 2017 7:36PM
ଝିଅ ନ୍ୟାସା ପାଇଁ ରାତିରେ ନିଦ ବଟିକା ଖାଇ ଶୋଉଛନ୍ତି  ଅଜୟ ଦେବ୍‌ଗନ୍‌ !

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବ୍‌ଗନ୍‌ଙ୍କର ଏବେ ଫିଲ୍ମ ‘ବାଦ୍‌ଶାହୋ’ ବଡ଼ ପରଦାରେ ରିଲିଜ୍‌ ହୋଇଥିବା ବେଳେ, ଏହା ମଧ୍ୟ ବକ୍ସ ଅଫିସ୍‌ରେ ଧମାକା କରିଛି। ଯାହାଫଳରେ ମାତ୍ର ୩ ଦିନ ମଧ୍ୟରେ ୪୩ କୋଟି ଟଙ୍କାରୁ ଅଧିକ ଆୟ କରିଛି ଅଜୟଙ୍କ ଏହି ଫିଲ୍ମ। ଯାହାକୁ ନେଇ ଅଜୟ ବହୁତ ଖୁସି ରହୁଥିଲେ ବି ତଥାପି ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଶୁଣିବାକୁ ମିଳୁଛି, ଯେଉଁଥି ପାଇଁ ଅଜୟଙ୍କ ଆଖିକୁ ରାତିରେ ଜମାରୁ ହେଲେ ବି ନିଦ ଆସୁନି। 
 
ତେବେ, ଆପଣମାନେ ଏହା ନିଶ୍ଚୟ ଭାବୁଥିବେ କି ଭଲା କେଉଁ କାରଣକୁ ନେଇ ଅଜୟ ପୁଣି ଚିନ୍ତାରେ ପଡ଼ିଯାଇଛନ୍ତି? ଏହାର କାରଣ ହେଉଛି ଅଜୟଙ୍କ ଝିଅ ନ୍ୟାସା।। ଯାହାପାଇଁ ତାଙ୍କ ଆଖିରୁ  ନିଦ ଉଡ଼ିଯାଇଛି। ଅଜୟ କୁଆଡେ ରାତିରେ ନିଦ ବଟିକା ଖାଇ ଶୋଇବାକୁ ବାଧ୍ୟ ହେଉଛନ୍ତି। ଆପଣମାନେ  ଭାବୁଥିବେ କି ଏମିତି ଅଜୟଙ୍କ ଝିଅ ନ୍ୟାସା ଏମିତି କି କାଣ୍ଡ କଲା ଯେ ପିତା ଅଜୟଙ୍କ ଆଖିରୁ ନିଦ ଉଡ଼ିଗଲା ଆଉ ସେ ନିଦବଟିକା ଖାଇବାକୁ ବାଧ୍ୟ ହେଲେ! କଥା କ’ଣ କି  ଅଜୟଙ୍କ ଗେହ୍ଲୀ ଝିଅ   ନ୍ୟାସା ପାଠପଢ଼ାକୁ ନେଇ ସିଙ୍ଗାପୁର୍‌ ଯାଇଥିବାବେଳେ, ସେ ଝିଅକୁ ବହୁତ ମିସ୍‌ କରୁଛନ୍ତି। ଯେଉଁଥି ପାଇଁ ରାତିରେ ଝିଅ କଥା ଭାବି ଭାବି ଅଜୟଙ୍କ ଆଖିକୁ ନିଦ ବି  ଆସୁନି। ଫଳରେ ବଲିଉଡ଼୍‍ର ଏହି ଆକ୍ଟର ଜଣକ ନିଦ ବଟିକାର ଆଶ୍ରୟ ନେଉଛନ୍ତି। 

image