30 March 2017
10:09:55 PM
Sambad News
ମନୋରଞ୍ଜନ

ଅନୁଭବଙ୍କ ଆଗାମୀ ସିନେମା ଏକ ଆକ୍ସନ୍‌ ମୁଭି!

By Sambad | Date: Jan 10 2017 11:58AM
ଅନୁଭବଙ୍କ ଆଗାମୀ ସିନେମା ଏକ ଆକ୍ସନ୍‌ ମୁଭି!

କଟକ: ଓଲିଉଡର ଲୋକପ୍ରିୟ ନାୟକ ଅନୁଭବ ମହାନ୍ତିଙ୍କୁ ଗତ ବର୍ଷ ଭଳି ଏବର୍ଷ ମଧ୍ୟ ନୂଆ ବର୍ଷରେ କୌଣସି ଓଡ଼ିଆ ଛବିରେ ଦେଖିବାକୁ ପାଇଲେ ନାହିଁ ସିନେପ୍ରେମୀ । ତା’ଛଡ଼ା ତାଙ୍କର ଏମାସରେ ବି କୌଣସି ସିନେମା ରିଲିଜ୍‌ ହେବାର ନାହିଁ । କାରଣ ତାଙ୍କର ଗୋଟିଏ ବି ସିନେମାର ସୁଟିଂ ଚାଲୁନାହିଁ । ତେବେ ସେ ଯାହା ହେଉନା କାହିଁକି ସଂପ୍ରତି ଅନୁଭବ ନିଜର ଫିଟନେସ୍‌ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଏହି କାରଣରୁ ସେ ନିୟମିତଭାବେ ଜିମ୍‌ ଓ୍ଵାର୍କ କରୁଛନ୍ତି । ଏହାର ଫଟୋ ମଧ୍ୟ ସେ ନିଜର ଫେସବୁକରେ ଅପଲୋଡ୍‌ କରୁଛନ୍ତି ।
 
ଏହାକୁ ଓଲିଉଡରେ ଚର୍ଚ୍ଚା ଜୋର୍‌ ଧରିଛି ଯେ ଅନୁଭବଙ୍କ ଆଗାମୀ ସିନେମା ଏକ ଆକ୍ସନ୍‌ ମୁଭି ହେବ। ବୋଧହୁଏ ଏହି ଷ୍ଟାର୍‌ ଏବେ ବଡି ବିଲଡିଂରେ ଲାଗି ପଡ଼ିଛନ୍ତି । ତେବେ ଏହ ସିନେମା ଆଗାମର ରଜ ପାଇଁ ପ୍ରସ୍ତୁତ ହେଉଥିବାର ଚର୍ଚ୍ଚା ହେଉଛି । ଏହି ଫିଲ୍ମର ସୁଟିଂ ମାର୍ଚରେ ଆରମ୍ଭ ହେଉଥିବାର ସୂଚନା ମିଳିଛି । ଏହାର ନିର୍ଦେଶନା ଦେବେ କେ ଏମ୍‌ କ୍ରୀଷ୍ଣା ।