23 February 2017
9:42:10 PM
Sambad News
ମନୋରଞ୍ଜନ

‘ବାଦ୍‌ଶାହୋ’ରେ ନୂଆ ଯୋଡ଼ି

By Sambad | Date: Aug 23 2016 5:29PM
‘ବାଦ୍‌ଶାହୋ’ରେ ନୂଆ ଯୋଡ଼ି

ମୁମ୍ବାଇ: ଆଜି  ହିନ୍ଦୀ ସିନେମା ‘ବାଦ୍‌ଶାହୋ’ର ସୁଟିଂ ଆରମ୍ଭ  ହୋଇଛି। ମିଲନ୍‌ ଲୁଥ୍ରିଆଙ୍କ ନିର୍ଦେଶିତ ‘ବାଦ୍‌ଶାହୋ’ରେ ଦର୍ଶକ ନାୟକ ଭାବେ ଆକସନ୍‌ ହିରୋ ଅଜୟ ଦେବଗନ୍‌ ଓ ସିରିୟଲ କିସର୍‌ ଇମ୍ରାନ୍‌ ହସମୀଙ୍କୁ ଦେଖିବାକୁ ପାଇବେ। ଏମାନଙ୍କ ବିପକ୍ଷରେ  ନାୟିକା ଭାବେ ଇଲିଆନା ଡିକ୍ରୁଜ୍‌ ଓ ଇଶା ଗୁପ୍ତାଙ୍କୁ ଚୁକ୍ତିବଦ୍ଧ କରାଯାଇଛି। ଫିଲ୍ମଟିର କାହାଣୀ  ଓ ଦୃଶ୍ୟପଟ୍ଟ ସଂପୂର୍ଣ୍ଣ ଭିନ୍ନ। ଦର୍ଶକଙ୍କୁ ଏହା ମନୋରଞ୍ଜନର ବେଶ୍‌ ଖୋରାକ ଯୋଗାଇବ ବୋଲି  ପ୍ରଯୋଜନା ସଂସ୍ଥା ଆଶା କରୁଛି। ‘ବାଦ୍‌ଶାହୋ’ ଆସନ୍ତାବର୍ଷ ମାର୍ଚ୍ଚ ୧୦ରେ ମୁକ୍ତିଲାଭ କରିବ। ଏହି ସିନେମାରେ ନଜର ଆସୁଥିବା ନାୟକ-ନାୟିକାଙ୍କୁ ଏକାଠି ଅଭିନୟ କରିବାର ଦର୍ଶକ ପ୍ରଥମଥର ପାଇଁ ଦେଖିବାକୁ ପାଇବେ।