28 March 2017
6:02:07 AM
Sambad News
ମନୋରଞ୍ଜନ

ଚର୍ଚ୍ଚାରେ ମେଘାଙ୍କ ବ୍ୟାକଲେସ୍‌ ଫଟୋ

By Sambad | Date: Jan 11 2017 7:36AM
ଚର୍ଚ୍ଚାରେ ମେଘାଙ୍କ ବ୍ୟାକଲେସ୍‌ ଫଟୋ

ଭୁବନେଶ୍ୱର: ଓଲିଉଡ୍‌ରେ ପ୍ରାୟ ଦୁଇବର୍ଷ ହେବ ଦେଖିବାକୁ ମିଳି ନ ଥିବା ବଙ୍ଗୀୟ ନାୟିକା ମେଘା ଏବେ ପୁଣି ଚର୍ଚ୍ଚାରେ। ୨୦୦୯ରେ ରାହତ କୁଦ୍ଦୁସୀଙ୍କ ପ୍ରଯୋଜିତ ଓଡ଼ିଆ ସିନେମା ‘ଲଭ୍‌ ଡଟ୍‌ କମ୍‌’ ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିବା ମେଘାଙ୍କର ଏକ ବ୍ୟାକଲେସ୍‌ ଫଟୋ ତାଙ୍କ ଫେସବୁକ୍‌ରେ ପୋଷ୍ଟ ହୋଇଛି। ଏହି ଫଟୋ ଏବେ ବହୁ ସଂଖ୍ୟାରେ ସେୟାର ହୋଇଛି।
 
ହଟ୍‌ ଆଣ୍ଡ ସେକ୍ସି ହିରୋଇନ୍‌ ଭାବେ ମୂଳରୁ ଚର୍ଚ୍ଚା ସାଉଁଟି ଥିଲେ ମେଘା। କାରଣ ସେ ତାଙ୍କ ଅଭିନୀତ ପ୍ରଥମ ସିନେମାରୁ ହିଁ ନିଜର ସେକ୍ସି ଅନ୍ଦାଜ୍‌ରେ ଦର୍ଶକଙ୍କୁ ଘାଇଲା କରି ଦେଇଥିଲେ। ତା’ପରେ ତାଙ୍କର ହଟ୍‌ ଅବତାର ‘ମୋଷ୍ଟଓ୍ଵାଣ୍ଟେଡ’ ଓ ‘ଲୁଚକାଳି’ ଭଳି ସିନେମାରେ ମଧ୍ୟ ଦେଖିବାକୁ ପାଇଥିଲେ ଦର୍ଶକ। ତାଙ୍କ ଅଭିନୀତ ଗୋଟିଏ ଓଡ଼ିଆ ଛବି। ‘ନମ୍ବରଓ୍ଵାନ୍‌ ଖିଲାଡି’ ଢ଼େର ଦିନ ହେବ ରିଲିଜ ଅପେକ୍ଷାରେ ରହିଛି ମାତ୍ର ତାହା ପ୍ରେକ୍ଷାଳୟକୁ ଆସି ପାରିନାହିଁ।
 
ଓଲିଉଡ ଛାଡ଼ିବା ପରେ ମେଘା ମୁମ୍ବାଇରରେ ରହୁଥିବା ଜଣା ଯାଇଛି। ସେ ଯଦିଓ କୋଲକାତାର କିନ୍ତୁ କ୍ୟାରିଅର ପାଇଁ ଡେରା ପକାଇଛନ୍ତି ମୁମ୍ବାଇରେ। ଏମିତି କି ଯେତେବେଳେ ସେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ, ସେତେବେଳେ ବି ପ୍ରଯୋଜକ ନିର୍ଦ୍ଦେଶକ ରାହାତ କୁଦ୍ଦୁସୀ ମେଘାଙ୍କୁ ମୁମ୍ବାଇରେ ହିଁ ଆବିଷ୍କାର କରିଥିଲେ। ସେଠାରେ ସେ ମଡେଲିଂକୁ ନେଇ ବ୍ୟସ୍ତ ଥିବା ମଧ୍ୟ ଜଣାଯାଇଛି।