23 August 2017
3:41:58 PM
image
Sambad News
ମନୋରଞ୍ଜନ

ଦେଖନ୍ତୁ ବାହୁବଲୀ-୨ର ବିଶାଳ ସେଟ୍‌

କେବଳ ରାଜ ଦରବାର ସେଟ୍‌ ପାଇଁ ଖର୍ଚ୍ଚ ହୋଇଥିଲା ୩୫ କୋଟି, ଲାଗିଥିଲେ ୫୦୦ ଜଣ ଶ୍ରମିକ

By Sambad | Date: Apr 21 2017 5:34PM
ଦେଖନ୍ତୁ ବାହୁବଲୀ-୨ର ବିଶାଳ ସେଟ୍‌

ମୁମ୍ବାଇ:ବହୁୁ ଚର୍ଚ୍ଚିତ ବାହୁବଲୀ-୨ର ରାଜ ଦରବାର ସେଟ୍‌ ପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିପାଇଁ ୫୦୦ ଜଣ ଶ୍ରମିକ ୫୦ ଦିନ ରାତିଦିନ କାମ କରିଥିଲେ। ୨୫୦୦ ବର୍ଷ ତଳେ ମହିଷ୍ମତି ରାଜ ଦରବାର ସହ ରାଜ ପ୍ରାସାଦକୁ ଏମାନେ ସେଟ୍‌ରେ ନିର୍ମାଣ କରିଥିଲେ। ବାହୁବଲୀ -୧ ପାଇଁ ବ୍ୟବହାର କରାଯାଇଥିବା ସେଟ୍‌ରେ ସିନେମାର କିଛି ଅଂଶ ସୁଟ୍‌ କରାଯାଇଥିଲା। ନୂଆ ସିନେମା ପାଇଁ ଅନେକ କିଛି ନୂତନ ଭାବେ ନିର୍ମାଣ କରାଯାଇଥିଲା।ସିନେମାର ଦର୍ଶକଙ୍କୁ ଆକୃଷ୍ଟ କରିବା ପରି ସେଟ୍‌ ନିର୍ମାଣ କରାଯାଇଥିଲା ବୋଲି ଏହାର କଳା ନିର୍ଦ୍ଦେଶକ ସାବୁ ସିରିଲ୍‌ କହିଛନ୍ତି।
 
ସେଟ୍‌ ରେ ନିର୍ମାଣ କରାଯାଇଥିବା ରାଜପ୍ରାସାଦର ଭିତର କାରୁକାର୍ଯ୍ୟ ଦେଖି ଦର୍ଶକମାନେ ନିଶ୍ଚିତ ଭାବେ ଅବିଭୂତ ହେବେ ବୋଲି ଏହାର କଳା ନିର୍ଦ୍ଦେଶକ କହିଛନ୍ତି। ଏହି ସିନେମାରେ ଯୁଦ୍ଧଭୂମିର ଦୃଶ୍ୟ ସହ ପାଣି ଭିତରେ ଯୁଦ୍ଧର ଦୃଶ୍ୟ ଦର୍ଶାଯାଇଛି।