17 August 2017
7:12:08 PM
Sambad News
ମନୋରଞ୍ଜନ

‘ଟଏଲେଟ୍‌ ଏକ ପ୍ରେମକଥା’କୁ ନେଇ ନୂଆ ବିବାଦ!

By Sambad | Date: Aug 12 2017 12:43PM
‘ଟଏଲେଟ୍‌ ଏକ ପ୍ରେମକଥା’କୁ ନେଇ ନୂଆ ବିବାଦ!

ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା‘ଟଏଲେଟ୍‌ ଏକ ପ୍ରେମକଥା’ ରିଲିଜ୍ ହେବାପରେ ଏହାକୁ ଉତ୍ସାହଜନକ ଓପନିଂ ମିଳିଛି। ଏହା ପ୍ରଥମଦିନରେ ୧୪ କୋଟରୁ ଅଧିକ ବ୍ୟବସାୟ କରିଥିବା କୁହାଯାଉଛି। ତେବେ ଏହି ସିନେମାକୁ ନେଇ ଏକ ନୂଆ ବିବାଦ ଦେଖାଦେଇଛି। ‘ଟଏଲେଟ୍‌ ଏକ ପ୍ରେମକଥା’ରେ ଏକ ସଂଳାପ ଅଛି ଯାହାକୁ ନେଇ ସେନସର୍‌ ବୋର୍ଡ ଆପତ୍ତି ଉଠାଇଛି।
 
ଏହାକୁ ଫିଲ୍ମରୁ ବାଦ୍‌ ଦେବା ଲାଗି ପ୍ରଯୋଜକଙ୍କୁ କୁହାଯାଇଥିବା ଜଣାଯାଇଛିି। କାରଣ ଏହା ଏକ ଜାତିକୁ ଆକ୍ଷେପ କରୁଛି। ଉକ୍ତ ସଂଳାପଟି ହେଲା ‘ମେଁ ବ୍ରାହ୍ମଣ୍‌ ହୁଁ ଲେକିନ୍‌ ଫିର୍‌ ଭି ଅଣ୍ଡା ଖାତା ହୁଁ’। ଏଠାରେ ସୂଚନାଯୋଗ୍ୟ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ‘ଟଏଲେଟ୍‌ ଏକ ପ୍ରେମକଥା’ର ନିର୍ଦ୍ଦେଶକ ହେଲେ ଶ୍ରୀ ନାରାୟଣ ସିଂହ। ଏଥିରେ ଭୂମି ପେନେକର୍‌ ନାୟିକା ଭୂମିକାରେ ଅଛନ୍ତି।