30 May 2017
11:04:24 AM
image
Sambad News
ମନୋରଞ୍ଜନ

ଚଳଚ୍ଚିତ୍ରରେ ସିନା ଦେବସେନା ବାହୁଙ୍କ ଦିଓ୍ଵାନୀ, ଅସଲରେ?

By Sambad | Date: May 19 2017 2:56PM
ଚଳଚ୍ଚିତ୍ରରେ ସିନା ଦେବସେନା ବାହୁଙ୍କ ଦିଓ୍ଵାନୀ, ଅସଲରେ?

ବିଜୟପୁରମ୍‌: ‘ବାହୁବଳୀ-୨’ର ଲୋକପ୍ରିୟତା ପଛରେ ପ୍ରଭାସ ଆଉ ଅନୁଷ୍କାଙ୍କ ମଜାଦାରିଆ କେମେଷ୍ଟ୍ରି ନିଶ୍ଚୟ ଗୁରୁତ୍ୱ ବହନ କରିଛି ଏକଥା କେହି ଅସ୍ୱୀକାର କରିପାରିବେ ନାହିଁ। ଚଳଚ୍ଚିତ୍ରର କାହାଣୀ ଓ ଟେକ୍‌ନୋଲୋଜି ସାଙ୍ଗକୁ ବାହୁବଳୀ ଓ ଦେବସେନାଙ୍କ ପ୍ରେମ ଦର୍ଶକଙ୍କୁ ଖୁବ୍‌ ଆକର୍ଷିତ କରାଇ ପାରିଛି। ତେବେ, ଏ ଉତ୍ସୁକତା ଆପଣଙ୍କ ମନରେ ନିଶ୍ଚୟ ଥିବା ଯେ ଦେବସେନା ଭୂମିକାରେ ସିନା ଅନୁଷ୍କା ବାହୁଙ୍କ ଦିଓ୍ଵାନୀ ହେଲେ ବାସ୍ତବ ଜୀବନରେ ସେ କାହାକୁ ପସନ୍ଦ କରନ୍ତି, ବାହୁ ନା ଭଲ୍ଲାଲଦେବଙ୍କୁ?
 
ନିକଟରେ ଏକ ସାକ୍ଷାତ୍‌କାର୍‌ରେ ଅନୁଷ୍କାଙ୍କୁ ପଚରା ଯାଇଥିଲା ଏହି ପ୍ରଶ୍ନ। ଆପଣଙ୍କ ମତରେ ପ୍ରଭାସ ବେଶି ସେକ୍ସି ନା ରାଣା। ଅନୁଷ୍କା ଖୁବ୍‌ ଲାଜେଇ ଯାଇ ଉତ୍ତର ଦେଇଥିଲେ, ପ୍ରଭାସ। ଏଠାରେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଅନୁଷ୍କା ସେଟ୍ଟୀ ଓ ରାଣା ଦଗୁବତୀ ପରସ୍ପରଙ୍କୁ ଭାଇଭଉଣୀ ପରି ମାନନ୍ତି। ଅନୁଷ୍କ ସୁଟିଂ ସେଟ୍‌ରେ ରାଣାଙ୍କୁ ବ୍ରୋ ବୋଲି ଡାକନ୍ତି।

image