22 August 2017
4:48:40 PM
image
Sambad News
ମନୋରଞ୍ଜନ

ରଣବୀର୍‌ଙ୍କ ପାଖରୁ ଦୀପିକାଙ୍କୁ ଛଡ଼ାଇ ନେବେ କି ବିନ୍‌ ଡିିଜଲ୍‌ ?

By Sambad | Date: Jan 11 2017 1:07PM
ରଣବୀର୍‌ଙ୍କ ପାଖରୁ ଦୀପିକାଙ୍କୁ ଛଡ଼ାଇ ନେବେ କି ବିନ୍‌  ଡିିଜଲ୍‌ ?
Photo : Daily Times

ନୂଆଦିଲ୍ଲୀ : ମନେହେଉଛି  ହଲିଉଡ୍‍ର ନାମୀ ଆକ୍ଟର ବିନ୍‌ ଡିଜଲ୍‌  ବଲିଉଡ୍‍ର ମୋଷ୍ଟ୍‍ ବିଉଟିଫୁଲ୍‌ ତଥା ରଣବୀର୍‌ ସିଂହଙ୍କ ପ୍ରେମିକା ଦୀପିକା ପାଦୁକନ୍‌ଙ୍କ ପ୍ରତି ଆକର୍ଷିତ ହୋଇ ଯାଉଛନ୍ତି।  ଖାସ୍‌ କରି ସେବେଠାରୁ, ଯେବେଠୁ ସେ ଦୀପିକାଙ୍କ ସହିତ  ହଲିଉଡ୍‌  ଫିଲ୍ମ  ‘ଏକ୍ସ୍‍ ଏକ୍ସ୍‍ ଏକ୍ସ୍‍ :ରିର୍ଟନ  ଅଫ୍‌ ଜେଣ୍ଡର୍‌ ଫେଜ’ରେ ଏକାଠି କାମ କରୁଛନ୍ତି ।  
 
ବିନ୍‌ ବଲିଉଡ୍‍ର ଡିିମ୍ପଲ୍‌ କୁଇନ୍‌ ଦୀପିକାଙ୍କ ପ୍ରେମରେ ଏପରି ଉବୁଟୁବୁ ହେଲେଣି ଯେ ସୋସିଆଲ୍‌ ମିଡିିଆଠାରୁ ଆରମ୍ଭ କରି ସମସ୍ତ ସ୍ଥାନରେ ସେ ଦୀପିକାଙ୍କ ଗୁଣଗାନ କରିବାକୁ  ଜମାରୁ ବି ପଛାଉ ନାହାନ୍ତି । ତେବେ ଏ ନେଇ ଏ ପର୍ଯନ୍ତ ନୀରବ ରହିଛନ୍ତି ଦୀପିକାଙ୍କ ବୟ୍‌ଫ୍ରେଣ୍ଡ୍‌  ରଣବୀର୍‌ ସିଂହ। ଗୋଟିଏ ପଟେ ବିନ୍‌ ଡିଜଲ୍‌ ଦୀପିକାଙ୍କ ପ୍ରେମରେ ଗିରଫ ହେଉଥିବାବେଳେ; ଅନ୍ୟପଟରେ ପ୍ରେମିକ ରଣବୀର୍‌ ତାଙ୍କ ପାଖରୁ ଦୂରେଇ ଯାଉଥିବାର ଦେଖାଯାଉଛି । 
 
କିଛି ଦିନ ପୂର୍ବରୁ  ମଧ୍ୟ  ଏକ  ଇଣ୍ଟରଭ୍ୟୁ ଜରିଆରେ ହଲିଉଡ୍‍ର  ହିରୋ ବିନ୍‌ ଡିଜଲ୍‌  ଦୀପିକା  ଓ  ତାଙ୍କ ମଧ୍ୟରେ ଥିବା କେମେଷ୍ଟ୍ରି ବିଷୟରେ ଖୋଲାଖୋଲି କହିଥିଲେ । ଏଥିସହିତ  ସେ ବଲିଉଡ୍‍ର ଏହି ସୁନ୍ଦରୀ ନାୟିକାଙ୍କୁ ବହୁତ ଭଲ ପାଉଥିବା ସହ ଦୁହିଁଙ୍କ  ମଧ୍ୟରେ ନ୍ୟାଚୁରାଲ୍‌ କେମେଷ୍ଟ୍ରେି  ରହିଥିବା  ମଧ୍ୟ  ତାଙ୍କର ଫ୍ୟାନ୍‌ମାନଙ୍କୁ ଜଣାଇଥିଲେ । ଏହା ସହିତ ଦୀପିକାଙ୍କ ସହିତ ସେ ବିତାଇଥିବା ପ୍ରତ୍ୟେକ ମୂହୁର୍ତ୍ତ  ଚିରଦିନ ସ୍ମରଣୀୟ  ହୋଇ ରହିବ   ବୋଲି କହିଥିଲେ। ଦୀପିକାଙ୍କ ପ୍ରତି ତାଙ୍କ  ମନରେ ରହିଥିବା  ଭଲପାଇବାକୁ  ସେ ଶବ୍ଦରେ ମଧ୍ୟ  ପ୍ରକାଶ କରି ପାରିବେନି ବୋଲି  କହିଥିଲେ ହଲିଉଡ୍‍ର ଏହି ହିରୋ  ଜଣକ । ଡିମ୍ପଲ୍‌ କୁଇନ୍‌ ଦୀପିକା ଯେ ତାଙ୍କ ପାଇଁ ବହୁତ ସ୍ପେସାଲ୍‌ ଏକଥା କହିବାକୁ ମଧ୍ୟ ପଛାଇ ନ ଥିଲେ ବିନ୍‌ ଡ଼ିଜଲ୍‌ ।
 
ଏହି କଥା ଯେ ଏଇଠି ସମାପ୍ତ ହୋଇଛି ତାହା ନୁହେଁ ;ଏହି ନିକଟରେ ବିନ୍‌ ଡିଜଲ୍‌ ଦୀପିକାଙ୍କ ବାର୍ଥ ଡେ ପାଇଁ ଫିଲ୍ମର ପୂରା ଟିମ୍‌ ସହିତ ଏକାଠି ହୋଇ ଏକ ସର୍‌ପ୍ରାଇଜ୍‌ ପାର୍ଟି ମଧ୍ୟ ରଖିଥିଲେ । ଆଉ ଯାହାକୁ କି ଦୀପିକା ଦେଖିଲା ପରେ  ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏଥିସହିତ ଦୀପିକାଙ୍କ ଜନ୍ମଦିନ ପାର୍ଟିରେ ବିନ୍‌ ଡିିଜଲ୍‌  ଦୀପିକାଙ୍କ ପାଇଁ ଗୀତ ଗାଇଥିଲେ । ଏହି କାରଣରୁ ବିଚାରା ରଣବୀର୍‌ ସିଂହ ପ୍ରେମିକା ଦୀପିକାଙ୍କ ନିକଟରୁ ଦୂରତ୍ୱ ବଢ଼ାଇ ଦେଇଛନ୍ତି ।