24 January 2017
10:35:17 AM
image
Sambad News
ମନୋରଞ୍ଜନ

୩୦ପରେ ସେକ୍ସ୍‍ର ମଜ୍ଜା ନିଆରା

By Sambad | Date: Jan 10 2017 9:33AM
୩୦ପରେ ସେକ୍ସ୍‍ର ମଜ୍ଜା ନିଆରା

ମୁମ୍ବାଇ: ଆଜି ହେଉଛି ବଲିଉଡ ଅଭିନେତ୍ରୀ କାଲକି କୋଚଲିନଙ୍କ ବାର୍ଥଡେ। ୨୦୦୯ରେ ମୁକ୍ତିଲାଭ କରିଥିବା ‘ଦେବ୍‌ ଡି’ ସିନେମାରୁ କ୍ୟାରିଅର୍‌ ଆରମ୍ଭ କରିଥିବା କାଲକି ପରବର୍ତ୍ତୀ ସମୟରେ ‘ୟେ ଜଓ୍ଵାନି ହେ ଦିଓ୍ଵାନି’, ‘ୟେ ଜିନ୍ଦେଗି ନା ମିଲେଗି ଦୋବାରା’,‘ସୈତାନ୍‌’,‘ସଂଘାଇ’ ଏବଂ ‘ଏକ୍‌ ଥି ଡାୟନ୍‌’ ଆଦି ସିନେମାରେ ଅଭିନୟ କରିଛନ୍ତି । ୨୦୧୧ରେ ସେ ପ୍ରଖ୍ୟାତ ନିର୍ମାତା-ନିର୍ଦେଶକ ଅନୁରାଗ କାଶ୍ୟପଙ୍କୁ ବିବାହ କରିଥିଲେ । ତେବେ ସେ ଦୁହେଁ ମାତ୍ର ଦୁଇ ବର୍ଷପରେ ପରସ୍ପରଠୁ ଅଲଗା ହୋଇଗଲେ ।
 
ସେହି ସମୟରେ କାଲକି ଏଲି ମାଗାଜିନକୁ ଏକ ସାକ୍ଷାତକାରରେ କହିଥିଲେ ଯେ ୩୦ ଟପିବାପରେ ସେକ୍ସ୍‍ର ମଜ୍ଜା ନିଆରା ବୋଲି କହିଥିଲେ । ଖାଲି ସେତିକି ନୁହେଁ ସେ ସେତେବେଳେ କହିଥିଲେ ଯେ ବେଡ୍‌ରେ ଖୁବ୍‌ ସ୍ୱାର୍ଥପର । କାଲକି କୋଚଲିନ ଆଉ ଏକ ଖୁଲାସା କରିଥିଲେ ଯେ ୯ ବର୍ଷ ବୟସରେ ସେ ଯୌନ ଶୋଷଣର ଶିକାର ହୋଇଥିଲେ । କାଲକି ଖୁବ୍‌ ଖୋଲା ବିଚାରର ମହିଳା ହୋଇଥିବା ହେତୁ ସର୍ବଦା ଚର୍ଚ୍ଚାରେ ରହନ୍ତି ।