26 June 2017
12:41:02 AM
Sambad News
ମନୋରଞ୍ଜନ

କ୍ଷମା ମାଗିଲେ କଟପ୍ପା, ସଙ୍କଟ ଟଳିଲା!

By Sambad | Date: Apr 21 2017 2:23PM
କ୍ଷମା ମାଗିଲେ କଟପ୍ପା, ସଙ୍କଟ ଟଳିଲା!

 
 
ମୁମ୍ବାଇ: ‘ ବାହୁବଲୀ-୨’ରେ କଟପ୍ପା ଭୂମିକାରେ ଅଭିନୟ କରିଥିବା ଅଭିନେତା ସତ୍ୟରାଜ ଅବଶେଷରେ ୯ ବର୍ଷତଳେ ନିଜେ କାବେରୀ ଜଳବିବାଦରେ ଦେଇଥିବା ନିଜର ମନ୍ତବ୍ୟ ପାଇଁ କ୍ଷମା ମାଗିଲେ । ଏହଫଳରେ‘ବାହୁବଲୀ-୨’ କର୍ଣ୍ଣାଟକରେ ରିଲିଜ୍‌ ନ ହେବା ନେଇ ଯେଉଁ ସଙ୍ଗଟ ଦେଖାଯାଇଥିଲା ତାହା ଟଳିଯାଇଛି ।
 
 ସେ କହିଛନ୍ତି‘ ମୁଁ କନ୍ନଡ ବିରୋଧୀ ନୁହେଁ । ୯ ବର୍ଷ ତଳେ କାବେରୀ ଜଳବିବାଦରେ ଦେଇଥିବା ନିଜର ମନ୍ତବ୍ୟ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି । ତେବେ ତାମିଲମାନଙ୍କର ବିକାଶ ପାଇଁ ଯାହା ଉଚିତ ତାହା ମୁଁ କହିବି ,ତେଣିକି କେହି ମୋତେ ସିନେମାରେ କାମ ଦେଉ କି ନଦେଉ ।’
 
ଏଠାରେ ସୂଚନାଯୋଗ୍ୟ ଯେ ଏସ୍‌ ଏସ୍‌ ରାଜାମୌଲୀଙ୍କ ବହୁପ୍ରତୀକ୍ଷିତ ସିନେମା ‘ବାହୁବଲୀ-୨’ ଏଇ ୨୮ ତାରିଖରେ ମୁକ୍ତିଲାଭ କରିବା ପୂର୍ବରୁଏହି ସିନେମାକୁ କର୍ଣ୍ଣାଟକରେ ରିଲିଜ୍‌ କରାଇ ନ ଦେବାକୁ କନ୍ନଡ ସମର୍ଥକ ସମୁହ ପକ୍ଷରୁ ଚେତାବନୀ ଦିଆଯାଇଥିଲା।‘ବାହୁବଲୀ-୨’ରେ କଟପ୍ପା ଚରିତ୍ରରେ ଅଭିନୟ କରିଥିବା ଅଭିନେତା ସତ୍ୟରାଜଙ୍କ ଏକ ପୁରୁଣା ଟିପ୍ପଣୀକୁ ବିରୋଧ କରାଯାଇ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଥିଲା ।