23 August 2017
3:29:43 PM
image
Sambad News
ମନୋରଞ୍ଜନ

ପତଳା ହେବା ପାଇଁ ଏଇ ନାୟିକା ଖାଉଛନ୍ତି କେବଳ ତିନି ଚାମଚ ଭାତ

By Sambad | Date: Apr 21 2017 4:37PM
ପତଳା ହେବା ପାଇଁ ଏଇ ନାୟିକା ଖାଉଛନ୍ତି କେବଳ ତିନି ଚାମଚ ଭାତ
Photo : Daily News360

ସିଓଲ୍‌:  ଫିଟ୍‌ନେସକୁ ନେଇ କି ଆଜିକାଲି ଯୁବପିଢ଼ିଙ୍କ ଭିତରେ ଭାରି କ୍ରେଜ୍‌ ରହିଛି । ଖାସ କରି ଆକ୍ଟିଂ ଓ ମଡେଲିଂ ଦୁନିଆ  ସହିତ ଯୋଡ଼ି ହୋଇଥିବା ଲୋକମାନେ ନିଜର ଫିଟ୍‌ନେସର ଖୁବ୍‌ ଧ୍ୟାନ ରଖନ୍ତି ।  ଏମିତି  କିଛ ଅଭ୍ୟାସ ୩୦ ବର୍ଷ ବୟସ୍କ ଦକ୍ଷିଣ କୋରିୟାର ଅଭିନେତ୍ରୀ  ଲି ତେ ଇମ୍‌ଙ୍କୁ ଘାରିଛି । ସେ  ସ୍ଲିମ୍‌ ହେବା ପାଇଁ ୬ ମାସ ହେଲା ପ୍ରତ୍ୟେକ ଦିନ କେବଳ ତିନି ଚାମଚ  ଭାତ ଖାଉଛନ୍ତି। 
 
ଲିଙ୍କୁ  ସବୁ ସମୟରେ  ସ୍ୱାସ୍ଥ୍ୟ କୁ ପ୍ରମୋଟ  କରୁଥିବା ଅଭିନେତ୍ରୀ ବିବେଚନା କରାଯାଏ । କିନ୍ତୁ  କିଛି ଦିନ ପୂର୍ବରୁ ଏକ କାର୍ଯ୍ୟକ୍ରମରେ  ଉପସ୍ଥିତ ଥିବା ସମୟରେ ସେ  ଦୁର୍ବଳ ଜଣାପଡୁଥିଲେ ।  ଯେତେବେଳେ ଲୋକମାନେ ତାଙ୍କୁ ଦୁର୍ବଳତାର କାରଣ ପଚାରିଲେ, ସେ କହିଲେ ସେ ଛଅ ମାସ ହେଲା ଖାଲି ତିନି ଚାମଚ  ଭାତ ଖାଉଛନ୍ତି  ।  ଲି  କହିଲେ କି ଛଅ ମାସ ପୂର୍ବରୁ ଏକ ଫଟୋସୁଟ୍‌ ସମୟରେ ତାଙ୍କୁ ଲାଗିଲା କି ସେ ମୋଟି ହୋଇଯାଇଛନ୍ତି, ସେବେଠାରୁ  ସେ ଖାଇବା-ପିଇବା ବନ୍ଦ କରିଦେଲେ ଏବଂ କେବଳ ତିନି ଚାମୁଚ ଭାତ ଖାଇବାକୁ ଲାଗିଲେ ।