18 August 2017
8:02:36 PM
Sambad News
ମନୋରଞ୍ଜନ

ଶ୍ରଦ୍ଧା କପୂର : ନୂଆ ବର୍ଷରେ ନୂଆ ଯୋଜନା ନାହିଁ

By Sambad | Date: Jan 11 2017 1:08PM
ଶ୍ରଦ୍ଧା କପୂର :  ନୂଆ ବର୍ଷରେ ନୂଆ ଯୋଜନା ନାହିଁ

‘ରକ୍‌ ଅନ୍‌ ୨’ର ବିଫଳତା ସତ୍ତ୍ୱେ ପେସାଦାର ଅଭିନେତ୍ରୀ ଜୀବନକୁ ନେଇ ସନ୍ତୁଷ୍ଟ ଅଛନ୍ତି ଶ୍ରଦ୍ଧା କପୂର। ନୂଆ ବର୍ଷରେ ତାଙ୍କର କୌଣସି ନୂତନ ଯୋଜନା ନାହିଁ। ଏ ପର୍ଯ୍ୟନ୍ତ ଯେଉଁ ପରି ଗଡ଼ିଆସିଲାଣି, ଠିକ୍‌ ସେହି ପରି ସବୁ କିଛି ଚାଲିବ। ତେଣୁ, ନବ ବର୍ଷ ସଂକଳ୍ପ ବି କିଛି ନାହିଁ। ଫରହାନ ଅଖ୍‌ତରଙ୍କ ସହ ଅନ୍ତରଙ୍ଗ ସଂପର୍କ ପ୍ରସଙ୍ଗରେ ସେ ମୁହଁ ଖୋଲିଛନ୍ତି। ଦୁହେଁ ଏକତ୍ର ରହୁଥିବା ସଂପର୍କରେ ଗଣମାଧ୍ୟମରେ ଯାହା ପ୍ରଚାର ଚାଲିଛି, ତାହାକୁ ସଂପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି।

ଶ୍ରଦ୍ଧାଙ୍କର ନିଜର ଘର ଅଛି। ସେ ଇଚ୍ଛା କଲେ ନିଜ ଘରେ ରହିପାରିବେ। କିନ୍ତୁ, ରହୁଛନ୍ତି ପିତା-ମାତାଙ୍କ ସହ। ତାଙ୍କ ବ୍ୟକ୍ତିଗତ ଜୀବନ ବାବଦରେ ହେଉଥିବା ଅପପ୍ରଚାର ତୁରନ୍ତ ବନ୍ଦ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଏବେ ତାଙ୍କ ହାତରେ ଅଛି ତିନିଟି ଫିଲ୍ମ- ‘ଓକେ ଜାନୂ’, ‘ହାଫ୍‌ ଗଲ୍‌ର୍ଫ୍ରେଣ୍ଡ୍‌’ ଓ ‘ହସୀନା: କ୍ୱିନ୍‌ ଅଫ୍‌ ମୁମ୍ବଈ’। ପ୍ରଥମ ଦୁଇଟିର ସୁଟିଂ ସରିଯାଇଥିବା ବେଳେ ତୃତୀୟଟିର ଚାଲିଛି।