25 May 2017
4:06:38 PM
image
Sambad News
ମନୋରଞ୍ଜନ

ପ୍ରିୟଙ୍କାଙ୍କୁ ପ୍ରଶଂସାରେ ପୋତିପକାଇଥିଲେ ଫେସନ୍‌ ଗୁରୁ

By Sambad | Date: Jan 10 2017 10:20AM
ପ୍ରିୟଙ୍କାଙ୍କୁ ପ୍ରଶଂସାରେ ପୋତିପକାଇଥିଲେ ଫେସନ୍‌ ଗୁରୁ

 କାଲିଫର୍ନିଆର ବିଭର୍ଲି ହିଲ୍‌ସରେ ଥିବା ‘ଦ ବିଭର୍ଲି ହିଲ୍‌ଟନ୍‌’ ହୋଟେଲ୍‌ରେ ଚଉସ୍ତରିତମ ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ ଆଓ୍ଵାଡ୍‌ର୍ସ’ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱର୍ଣ୍ଣାଭ ଉତ୍ସବରେ ସୁନେଲି ରଙ୍ଗର ଗାଉନ୍‌ ପିନ୍ଧି ଲାଲ ଗାଲିଚା ଉପରେ ପୋଜ୍‌ ଦେଇଥିଲେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା। ‘ରାଲ୍‌ଫ ଲରେନ୍‌’ ଡିଜାଇନ୍‌ କଂପାନି ପ୍ରସ୍ତୁତ ପୋଷାକଟି ତାଙ୍କୁ ବେଶ୍‌ ମାନୁଥିଲା। ଫଟୋଗ୍ରାଫର୍‌ ତଥା ଫେସନ୍‌ ଗୁରୁମାନେ ପ୍ରିୟଙ୍କାଙ୍କୁ ପ୍ରଶଂସାରେ ପୋତିପକାଇଥିଲେ। ଉତ୍ସବ ପାଇଁ ତାଙ୍କୁ ପ୍ରସ୍ତୁତ କରିଥିଲେ ମାର୍କିନ୍‌ ଷ୍ଟାଇଲିଷ୍ଟ୍‍ କ୍ରିଷ୍ଟିନା ଏର୍‌ଲିଚ୍‌। ପ୍ରିୟଙ୍କା ମଞ୍ଚରେ ଏକ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ।

 

ସମାରୋହରେ ତାଙ୍କ ସହ ଉପସ୍ଥିତ ଥିଲେ ଡ୍ରିଉ ବାରିମୋର୍‌, ଗୋଲ୍‌ଡି ହାନ୍‌, ନିକୋଲ୍‌ କିଡ୍‌ମାନ୍‌, ସୋଫିୟା ଭର୍ଗରା, ମାନ୍‌ଡି ମୁର୍‌, ଲଉରା ଡନ୍‌ର୍, ସିଏନା ମିଲର୍‌, ମାଟ୍‌ ଡେମନ୍‌, ସିଲ୍‌ଭେଷ୍ଟର୍‌ ଷ୍ଟାଲୋନ୍‌, କାଲ୍‌ର୍ ଉଇଦର୍‌, ଲିଓନାର୍ଡୋ ଡିକାପ୍ରିଓଙ୍କ ଭଳି ଅନେକ ହଲିଉଡ୍‌ ସେଲିବ୍ରିଟି।

image