20 February 2017
12:20:40 AM
Sambad News
ମନୋରଞ୍ଜନ

ଓଡ଼ିଆ ପ୍ରଯୋଜକଙ୍କୁ ସଂଳାପ ଲେଖକ କହିଲେ କାହାଣୀ ବିକି ଦିଅନ୍ତୁ

By Sambad | Date: Jan 12 2017 9:00AM
ଓଡ଼ିଆ ପ୍ରଯୋଜକଙ୍କୁ  ସଂଳାପ ଲେଖକ କହିଲେ କାହାଣୀ ବିକି ଦିଅନ୍ତୁ
producer sridhar martha

ଭୁବନେଶ୍ୱର: ଏବେ ଓଲିଉଡ୍‌କୁ ଜଣେ ଯୁବ ପ୍ରଯୋଜକ ଆସିଛନ୍ତି । ନାଆଁ ତାଙ୍କର ଶ୍ରୀଧର ମାର୍ଥା , ରହନ୍ତି ରାଜଧାନୀ ଭୁବନେଶ୍ୱରରେ । ସେ ମାତ୍ର ଦୁଇମାସ ଭିତରେ ନିଜର ପ୍ରଥମ ସିନେମା ‘କଥା ଦେଲି ମଥା ଛୁଇଁ ’ କଂପ୍ଲିଟ୍‌ କରି ସାରିଲେଣି । ଏହା ଏକ ପାରିବାରିକ ସିନେମା । ଏଥିରେ କିଛି ମେସେଜ୍‌ ବି ଅଛି ।ଏଥିରେ ରହିଛି ଚମତ୍କାର ଟିନ୍‌ଏଜ୍‌ ଲଭ୍‌ ଷ୍ଟୋରି । ତେବେ ଏହି ସିନେମାର କାହାଣୀ ଲେଖିଛନ୍ତି ପ୍ରଯୋଜକ ଶ୍ରଧର ମାର୍ଥାଙ୍କ ଧର୍ମପତ୍ନୀ ଛବିତା ମାର୍ଥା । ଫିଲ୍ମର କାହାଣୀ ଅନ୍ୟ କୌଣସି ଭାଷାରେ ତିଆରି ଫିଲ୍ମର କାହାଣୀରୁ ଚୋରି କରାଯାଇ ନାହିଁ ବୋଲି ନିର୍ମାତା ଜୋର୍‌ ଦେଇ କହନ୍ତି ।

 

ଏହାର ନିର୍ଦେଶକ ଶୈଳେନ୍ଦ୍ର ପରିଡ଼ା ସଂଳାପ ଲେଖିବା ଲାଗି ବାପୁ ଗୋସ୍ୱାମୀଙ୍କ ପାଖକୁ ନେଇକରି ଗଲେ ପ୍ରଯୋଜକଙ୍କୁ । ପ୍ରଯୋଜକ ଶ୍ରଧର ମାର୍ଥା ବାପୁଙ୍କୁ ଆମୂଳଚୁଳ କାହାଣୀଟିକୁ ବର୍ଣ୍ଣନା କଲେ । ଧୈର୍ଯ୍ୟର ସହ କାହାଣୀଟି ଶୁଣିବାପରେ ସଂଳାପ ଲେଖକ ନିର୍ମାତାଙ୍କୁ ମୁଣ୍ଡରୁ ଗୋଡ଼ ଯାଏଁ ଅନେଇଲେ । ତାପରେ କ’ଣ ଭାବିଲେ କେଜାଣି ହଠାତ୍‌ କହିଲେ ‘ ଆପଣ ଏ କାହାଣୀଟି ବିକି ଦିଅନ୍ତୁ  , ଜଣେ ବଡ଼ ପ୍ରଡ୍ୟୁସର ଅଛନ୍ତି ସେ ଏହି କଥାବସ୍ତୁକୁ ନେଇ ସିନେମା କରିବେ । ’ ଏକଥା ଶୁଣି ପ୍ରଯୋଜକଙ୍କ ଉତ୍ସାହ ଆହୁରି ବଢ଼ିଗଲା । ସେ ବଡ଼ ବଜେଟରେ ଏହି ସିନେମାଟିକୁ ନିର୍ମାଣ କରିବା ଲାଗି ସ୍ଥିର କଲେ ଏବଂ ‘କଥା ଦେଲି ମଥା ଛୁଇଁ ’ର ପ୍ରଯୋଜନା କଲେ । ଏହି ସିନେମାରେ ଅଭିଷେକ,ରୀୟା ଦେ,ନବାଗତ ଅମନ୍‌,ବିଜୟ ମହାନ୍ତି,ମିହିର ଦାସ, ପପୁ ପମପମ୍‌,ଚାନ୍ଦିନୀଏବଂ ପିଣ୍ଟୁ ନନ୍ଦ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଆଗାମୀ ଫେବୃଆରି ମାସରେ ଏହା ମୁକ୍ତିଲାଭ କରିବ ବୋଲିି ପ୍ରଯୋଜକ ଶ୍ରଧର ମାର୍ଥା ସୂଚନା ଦେଇଛନ୍ତି ।