25 September 2017
3:17:41 PM
Sambad News
ଦେଶ- ବିଦେଶ

ରାଜନୀତିରେ ଯୋଗ ଦେବେ ରଜନୀକାନ୍ତ!

By Sambad | Date: May 19 2017 1:14PM
ରାଜନୀତିରେ  ଯୋଗ ଦେବେ ରଜନୀକାନ୍ତ!

ମୁମ୍ବାଇ: ସାଉଥ ମେଗାଷ୍ଟାର୍‌ ରଜନୀକାନ୍ତ ଖୁବ୍‌ ଶୀଘ୍ର ରାଜନୀତିରେ ଯୋଗଦେବେ ବୋଲି ଜଣାଯାଇଛି । ସେ ତାଙ୍କର ଫ୍ୟାନମାନଙ୍କ ସହ ମିଶିବା ବେଳେ ଏଭଳି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରତିକ୍ଷେତ୍ରରେ ଭଲ କାମ କରିବାର ଆବଶ୍ୟକତା ରହିଛି । ରଜନୀକାନ୍ତ ଏହି ଅବସରରେ ତାମିଲନାଡୁର ବିରୋଧୀ ଦଳ ନେତା ଏମ୍‌ କେ ଷ୍ଟାଲିନ୍‌  ବିଶିଷ୍ଟ ରାଜନେତା ଅନବୁମଣି ରାମଦୋସ୍‌ଙ୍କର  ପ୍ରଶଂସା କରିବାକୁ ପଛେଇ ନଥିଲେ ।
 
ସେ ପ୍ରକୃତରେ ନିଜକୁ ଜଣେ ତାମିଲ୍‌ଭାବେ ଗର୍ବିତ ଅନୁଭବ କରନ୍ତି ବୋଲି କହିଛନ୍ତି । ରଜନୀକାନ୍ତ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଜୀବନର ୪୪ ବର୍ଷ ସେ ତାମିଲନାଡୁରେ ବିତାଇଛନ୍ତି । ଏଣୁ ଏଠାକାର  ଉନ୍ନତିକଳ୍ପେ କିଛି କରିବାକୁ ଚାହୁଁଛନ୍ତି ସେ ।
 

image