30 May 2017
11:05:55 AM
image
Sambad News
ମନୋରଞ୍ଜନ

ଲୋକପ୍ରିୟ ଅଭିନେତ୍ରୀ ରୀମା ଲାଗୁଙ୍କର ହୃଦଘାତରେ ମୃତ୍ୟୁ

By Sambad | Date: May 18 2017 9:25AM
ଲୋକପ୍ରିୟ ଅଭିନେତ୍ରୀ ରୀମା ଲାଗୁଙ୍କର ହୃଦଘାତରେ ମୃତ୍ୟୁ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ରୀମା ଲାଗୁଙ୍କର ଆଜି ଭୋର୍‌ ୩ଟା ୧୫ ମିନିଟ୍‌ ସମୟରେ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି  । ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ରୀମା ଲାଗୁଙ୍କର ପାଲୋକ ହୋଇଥିଲା । ଆଜି ଅପରାହ୍ନ ୨ଟା ସମୟରେ ଆଶ୍ୱିରାଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି ।
 
ଏଠାରେ ସୂଚନାଯୋଗ୍ୟ କି ରୀମା କୁଛକୁଛ ହୋତା ହେ ଏବଂ ହମ୍‌ ସାଥ୍‌ ସାଥ୍‌ ହେ ଭଳି ବହୁ ସିନେମାରେ ମମତାମୟୀ ମାଆ ଭୂମିକାରେ ନଜର ଆସିଥିଲେ । ତାଛଡ଼ା ତାଙ୍କୁ ଷ୍ଟାର ପ୍ଲସରେ ପ୍ରସାରିତ ନାମକରଣ ସିରିଏଲରେ ବି ଦେଖିବାକୁ ପାଉଛନ୍ତି ଦର୍ଶକ ।
 

image