29 March 2017
8:34:00 PM
Sambad News
ମନୋରଞ୍ଜନ

ସିଦ୍ଧାନ୍ତ ଓ ସାବ୍ୟସାଚୀଙ୍କ ସହ ଥରଟିଏ ରୀୟା

By Sambad | Date: Jan 10 2017 7:34AM
ସିଦ୍ଧାନ୍ତ ଓ ସାବ୍ୟସାଚୀଙ୍କ ସହ ଥରଟିଏ ରୀୟା
Photo : Orissa Cinema

କଟକ: ଓଲିଉଡ୍‌ର ଗ୍ଲାମରସ୍‌ ନାୟିକା ରୀୟା ଦେ ଅନୁଭବଙ୍କୁ ବାଦ୍‌ ଦେଇ ଅନ୍ୟ ଆଗଧାଡ଼ିର ନାୟକଙ୍କ ସହ ବି ଅଭିନୟ କରିବାର ସୁଯୋଗ ପାଇଛନ୍ତି। ଏମାନଙ୍କ ମଧ୍ୟରେ ସିଦ୍ଧାନ୍ତ, ବାବୁସାନ୍‌, ସବ୍ୟସାଚୀ, ଆକାଶ ଓ ଅଭିଷେକଙ୍କ ଅପୋଜିଟ୍‌ରେ ହିରୋଇନ୍‌ ହେବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି ଏହି ଓଲିଉଡ୍‌ ବିୟୁଟି। ହେଲେ ଆପଣ ଜାଣନ୍ତି କି ଏମାନଙ୍କ ଭିତରୁ ସିଦ୍ଧାନ୍ତ ଓ ସାବ୍ୟସାଚୀଙ୍କ ସହିତ ସେ ଥରଟିଏ ମାତ୍ର କାମ କରିବାର ସୁଯୋଗ ପାଇଛନ୍ତି।
 
ସାବ୍ୟସାଚୀଙ୍କ ବିପକ୍ଷରେ ରୀୟା ଦେ ଏଯାବତ୍‌ ପ୍ରଥମ ଓ ଅନ୍ତିମ ଥର ଲାଗି ନିଶିକାନ୍ତ ଦଳବେହେରାଙ୍କ ନିର୍ଦେଶିତ ‘ଏମିତି ବି ପ୍ରେମହୁଏ’ରେ ଦେଖିବାକୁ ମିଳିଛି। ଏହା ଏକ ରୋମାଣ୍ଟିକ୍‌ ଫିଲ୍ମ ଥିଲା। ଠିକ୍‌ ସେହିପରି ରୀୟା ସିଦ୍ଧାନ୍ତଙ୍କ ନାୟିକା ମଧ୍ୟ ବନିଛନ୍ତି କେବଳ ଗୋଟିଏ ସିନେମାରେ। ଏହା ହେଲା ସୀତାରାମ ଅଗ୍ରଓ୍ଵାଲ୍‌ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦେଶିତ ‘ରଘୁପତି ରାଘବ ରାଜାରାମ’। ଏଠାରେ ସୂଚନାଯୋଗ୍ୟ ଯେ ଉପରୋକ୍ତ ଫିଲ୍ମ ୨ଟିକୁ  ବିଶେଷ ବ୍ୟାବସାୟିକ ସଫଳତା ମିଳି ନ ଥିଲା। ତେବେ ଦର୍ଶକ ରୀୟାଙ୍କୁ ଏ ଇ ଦୁଇ ନାୟକଙ୍କ ଅପେକ୍ଷା ବାବୁସାନ ଓ ଅମ୍ଳାନଙ୍କ ସହିତ ବେଶି ପସନ୍ଦ କରିଛନ୍ତି।