26 June 2017
3:46:45 AM
Sambad News
ମନୋରଞ୍ଜନ

ଓମ୍‌ ପୁରୀଙ୍କ ଆକସ୍ମିକ ବିୟୋଗକୁ ନେଇ ଚିନ୍ତିତ ସଲମାନ୍‌ ଖାନ୍‌

By Sambad | Date: Jan 9 2017 2:28PM
ଓମ୍‌ ପୁରୀଙ୍କ ଆକସ୍ମିକ ବିୟୋଗକୁ ନେଇ ଚିନ୍ତିତ ସଲମାନ୍‌ ଖାନ୍‌

ମୁମ୍ବାଇ: ବଲିଉଡର ଖ୍ୟାତନାମା ଅଭିନେତା ଓମ୍‌ ପୁରୀଙ୍କ ଆକସ୍ମିକ ବିୟୋଗପରେ ଅନ୍ୟ କିଏ ଚିନ୍ତିତ ହୁଅନ୍ତୁ କି ନା ହେଲେ ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌  ଚିନ୍ତାରେ ପଡ଼ିଯାଇଛନ୍ତି । ଏହାର ଏକମାତ୍ର କାରଣ ହେଲା ଯେ ମୃତ୍ୟୁ ପୂର୍ବରୁ ଓମ୍‌ ସଲମାନଙ୍କ ଅଭିନୀତ ସିନେମା ‘ଟିଉବଲାଇଟ୍‌’ରେ କାମ କରୁଥିଲେ ।ଏଥିରେ ତାଙ୍କର ଭୂମିକାଟି ହେଲା ଜଣେବର୍ଷୀୟାନ୍‌ ଗାନ୍ଧିବାଦୀର । ତାଙ୍କର  ଆଉ କିଛି ସଟ୍‌ ବାକି ଅଛି । ଏଣୁ ସେସବୁ ସିନ୍‌ର କିପରି ସୁଟିଂ କରାଯିବ ତାକୁ ନେଇ ସଲମାନ୍‌ ଚିନ୍ତିତ । ବହୁ ଆଗରୁ‘ଟିଉବଲାଇଟ୍‌’ର ରିଲିଜ୍‌ ତାରିଖ ଘୋଷିତ ହୋଇସାରିଛି । ଏହାକୁ ନେଇ ସଲମାନ୍‌ ନିର୍ଦେଶକ କବୀର୍‌ ଖାନ୍‌ଙ୍କ ସହିତ ବିଚାର ବିମର୍ଶ କରୁଛନ୍ତି ।
 
କେବଳ ସଲମାନ୍‌ ନୁହନ୍ତି ବରଂ ଅନ୍ୟ କେତେକ ସିନେମାର ନିର୍ମାତା ମଧ୍ୟ ସେମାନଙ୍କର ଫିଲ୍ମକୁ କିପରି କଂପ୍ଲିଟ୍‌ କରିବେ ତାକୁ ନେଇ ଚିନ୍ତାରେ ଅଛନ୍ତି । କାରଣ ସେମାନେ ବି ସମ ଦଶା ଭୋଗୁଛନ୍ତି । ସେମାନଙ୍କ ଫିଲ୍ମରେ ବି ଓମ୍‌ ପୁରୀ ଅଭିନୟ କରୁଥିଲେ । ଏଭଳି ହିନ୍ଦୀ ସିନେମା ମଧ୍ୟରେ ରହିଛି ‘ଭାଇସରୟସ୍‌ ହାଉସ୍‌’,‘ଦ ଗାଜି ଆଟାକ୍‌’ ଏବଂ ‘ରାମଭଜନ ଜିନ୍ଦାବାଦ୍‌’ ।