20 August 2017
11:35:11 AM
Sambad News
ମନୋରଞ୍ଜନ

ବାବୁସାନ୍‌ଙ୍କୁ ସାମ୍ନା କରିବେ ସମ୍ବିତ୍‌

By Sambad | Date: Jan 9 2017 10:54AM
ବାବୁସାନ୍‌ଙ୍କୁ ସାମ୍ନା କରିବେ ସମ୍ବିତ୍‌

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଦୁଇ ନାମୀ କଳାକାର ଉତ୍ତମ ମହାନ୍ତି ଏବଂ ଅପରାଜିତାଙ୍କ ସୁପୁତ୍ର ବାବୁସାନ୍‌ ଓଲିଉଡ୍‌ର ଜଣେ ବିଗ୍‌ ଷ୍ଟାର୍‌ । ହେଲେ ତାଙ୍କ ତୁଳନାରେ ସମ୍ବିତ୍‌  ନିଶ୍ଚିତଭାବେ ଛୋଟ ତାରକା । ଏକଥାକୁ କେହି ଅସ୍ୱୀକାର କରିବେ ନାହିଁ । ତେବେ ସମ୍ବିତ୍‌ ଏବେ କିନ୍ତୁ ବାବୁସାନ୍‌ଙ୍କୁ ସାମ୍ନା କରିବାକୁ ଯାଉଛନ୍ତି । ଏହା କେମିତ ହେଲା ବୋଲି ମନରେ ପ୍ରଶ୍ନ ଉଙ୍କି ମାରିପାରେ । ଏହାର ଉତ୍ତର ହେଲାଯେ ଏଇ ୧୩ ତାରିଖରେ ଏଦୁଇ ନାୟକଙ୍କ ମଧ୍ୟରେ ଜୋରଦାର୍‌ ଲଢ଼େଇ ଆରମ୍ଭ ହେଉଛି। ଅର୍ଥାତ  ସେହି ଦିନ ବାବୁସାନ୍‌ଙ୍କ ଅଭିନୀତ ‘ଦିଲ୍‌ ଦିଓ୍ଵାନା ହେଇଗଲା’ ଏବଂ ସମ୍ବିତ୍‌ଙ୍କ ଅଭିନୀତ ‘ତୁମକୁ ଦେଖିଲା ପରେ’ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେଉଛି ।
 
‘ଦିଲ୍‌ ଦିଓ୍ଵାନା ହେଇଗଲା’ରେ ବାବୁସାନଙ୍କ ବିପକ୍ଷରେ ଶୀତଲ୍‌ ଥିବା ବେଳେ ‘ତୁମକୁ ଦେଖିଲା ପରେ’ରେ ସମ୍ବିତଙ୍କ ନାୟିକା ହେଉଛନ୍ତି ଝିଲିକ୍‌ । ଏଥିମଧ୍ୟରୁ ପ୍ରଥମଟି ଏକ ରୋମାଣ୍ଟିକ୍‌-କମେଡି ହୋଇଥିବା ବେଳେ ଦ୍ୱିତୀୟଟି ଏକ ରୋମାଣ୍ଟିକ୍‌ ଥ୍ରିଲର୍‌ । ଏବେ ଦେଖିବା କଥା ଯେ ଏହି ଲଢ଼େଇରେ ବାବୁସାନ୍‌ ଜିତାପଟ ହାସଲ କରୁଛନ୍ତି ନା ସମ୍ବିତ୍‌ ବାବୁସାନଙ୍କ ଉପରେ ଭାରି ପଡ଼ୁଛନ୍ତି ।