23 August 2017
3:37:16 PM
image
Sambad News
ମନୋରଞ୍ଜନ

ସଚିନ୍‌ ତେନ୍ଦୁଲକରଙ୍କୁ ବୋଲ୍ଡ କରିବାକୁ ଚାହାଁନ୍ତି ଏଇ ନାୟିକା !

By Sambad | Date: Jan 9 2017 10:04AM
ସଚିନ୍‌ ତେନ୍ଦୁଲକରଙ୍କୁ ବୋଲ୍ଡ କରିବାକୁ ଚାହାଁନ୍ତି ଏଇ ନାୟିକା !

ମୁମ୍ବାଇ:ମାଷ୍ଟର-ବ୍ଲାଷ୍ଟର୍‌ ସଚିନ୍‌ ତେନ୍ଦୁଲକର କ୍ରିକେଟ୍‌ରୁ ସନ୍ନ୍ୟାସ ନେଇ ସାରିଥିଲେ ବି ତାଙ୍କର ଫ୍ୟାନ୍‌ମାନଙ୍କ ସଂଖ୍ୟା ହ୍ରାସ ପାଇ ନାହିଁ । ତାଙ୍କର ଜଣେ ବଡ଼ ଫ୍ୟାନ ହେଉଛନ୍ତି ମିର୍ଜିୟା ଗର୍ଲ ସୟାମୀ ଖେର୍‌ । ସେ ନିକଟରେ ଏକ ସାକ୍ଷାତକାରରେ ନିଜର ଏକ ଅଭିଳାଷ ସଂପର୍କରେ ଖୁଲାସା କରିଛନ୍ତି। ତାହା ହେଲା ସେ ସଚିନ୍‌ ତେନ୍ଦୁଲକରଙ୍କ ସହ କ୍ରିକେଟ୍‌ ଖେଳିବାକୁ ଚାହାଁନ୍ତି । ଖାଲି ସେତିକି ନୁହେଁ ସୟାମୀ ସଚିନ୍‌ଙ୍କୁ ବୋଲ୍ଡ ମଧ୍ୟ କରିବାକୁ ଚାହାଁନ୍ତି । ସୟାମୀ ଖେର୍‌ ଆହୁରି ମଧ୍ୟ କହିଛନ୍ତି  ‘ ମୁଁ ଶୁଣିଛି ଯେ ସଚିନ୍‌ କୁଆଡ଼େ ଭଲ ରୋଷେଇ କରନ୍ତି । ଏଣୁ ତାଙ୍କ ହାତ ରନ୍ଧା କାଧ୍ୟ ଖାଇବାର ମଧ୍ୟ ଲାଳସା ରହିଛି ମୋର ।’
 
ତେବେ ତାଙ୍କର ଡେବ୍ୟୁ ଫିଲ୍ମ ‘ମିର୍ଜିୟା’ର ଅସଫଳତାକୁ ନେଇ ସେ ଆଦୌ ଚିନ୍ତିତ ନୁହନ୍ତି ବୋଲି କହିଛନ୍ତି ସୟାମୀ ଖେର୍‌ । ସେ ଏହି ଫିଲ୍ମର କାହାଣୀ ପସନ୍ଦ ହୋଇଥିବା ହେତୁ ସାଇନ୍‌ କରିଥିଲେ । କେବଳ ଏହି ଲକ୍ଷ୍ୟ ନେଇ ସେ ଏଥିରେ କାମ କରି ନଥିଲେ ଯେ ଏହା ଶହେ କୋଟି କ୍ଲବରେ ସାମିଲ୍‌ ହେବ ।