30 May 2017
11:04:34 AM
image
Sambad News
ମନୋରଞ୍ଜନ

ଲିଙ୍କ ଅପ ନେଇ ମୁହଁ ଖୋଲିଲେ ଶ୍ରଦ୍ଧା କପୁର

By Sambad | Date: May 19 2017 1:38PM
ଲିଙ୍କ ଅପ ନେଇ ମୁହଁ ଖୋଲିଲେ ଶ୍ରଦ୍ଧା କପୁର

ମୁମ୍ବାଇ: ବଲିଉଡ ଷ୍ଟାର୍‌ ଶ୍ରଦ୍ଧା କପୁରଙ୍କର ଫରହାନ୍‌ ଅଖତରଙ୍କ ସହିତ ଲିଙ୍କ ଅପ ଖବର ଗତ କିଛିମାସ ହେବ ବଲିଉଡର ହଟ୍‌ ଟପିକ୍‌ ହୋଇଛି । ପତ୍ନୀ ଅଧୁନାଙ୍କ ସହ ଡିଭୋର୍ସ ହେବାପରେ ଫରହାନ୍‌ ତାଙ୍କର ରକଅନ୍‌-୨ ନାୟିକା ଶ୍ରଦ୍ଧା କପୁରଙ୍କ ସହ ମିଳାମିଶା କରୁଥିବାର ଚର୍ଚ୍ଚା ହୋଇଆସୁଛି । ଏବାବଦରେ କେବେ ବି ଫରହାନ୍‌ ବା ଶ୍ରଦ୍ଧା କିଛି କହୁନଥିଲେ । ହେଲେ ଅବଶେଷରେ ଏ ପ୍ରସଙ୍ଗରେ ମୁହଁ ଖୋଲିଲେ ଶ୍ରଦ୍ଧା କପୁର ।
 
ଶ୍ରଦ୍ଧା ନିଜର ନୂଆ ସିନେମା ହାଫ ଗର୍ଲଫ୍ରେଣ୍ଡର ପ୍ରମୋସନ୍‌ କରିବା ଅବସରରେ କହିଛନ୍ତି ଯେ ଏବେ ତାଙ୍କ ଆଗରେ କେବଳ କ୍ୟାରିଅର୍‌। ସେ ଏକଦମ୍‌ ସିଙ୍ଗଲ୍‌ । ଯଦି ସେ ରିଲେସନରେ ପଡ଼ିଥାନ୍ତେ ତେବେ କେବେଠୁ ତାକୁ ସମାପ୍ତ କରିସାରିଥାନ୍ତେ । ଏବେ କେବଳ ଭଲ ଭଲ ରୋଲ୍‌ କରିବା ତାଙ୍କର ଲକ୍ଷ୍ୟ । ଫରହାନଙ୍କ ସହ ତାଙ୍କର ସଂପର୍କକୁ ନେଇ ଯିଏ ଯାହା କହୁ ସେଥିରେ ତାଙ୍କର କିଛି ଯାଏ ଆସେନା ବୋଲି ରୋକଠୋକଭାବେ କହିଛନ୍ତି ଶ୍ରଦ୍ଧା କପୁର ।
 

image