25 June 2017
2:24:15 AM
Sambad News
ମନୋରଞ୍ଜନ

ସନି ଲିଓନ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରର୍ଥୀ ହେବେ!

ସୋସିଆଲ୍‌ ମିଡିଆରେ ଫଟୋ ଭାଇରାଲ୍‌

By Sambad | Date: Jan 12 2017 7:45AM
ସନି ଲିଓନ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରର୍ଥୀ ହେବେ!

ନୂଆଦିଲ୍ଲୀ: ଇଣ୍ଡୋ-କାନାଡିଆନ୍‌  ପର୍ଣ୍ଣଷ୍ଟାରରୁ ବଲିଲଡ୍‌ ଷ୍ଟାର ବନିଥିବା ସନି ଲିଓନଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ  ଅବତୀର୍ଣ୍ଣ ହେବେ। ଆଗାମୀ ଫେବ୍ରୁଆରିରେ ହେବାକୁ ଥିବା ଏହି ନିର୍ବାଚନରେ ସନି ଲିଓନଙ୍କ ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହୋଇଛି। ହ୍ଵାଟ୍‌ସଆପ୍‌ରେ ହୋଇଥିବା ଏହି ଭାଇରାଲ ଫଟୋ ଅନୁଯାୟୀ ସନି ମୁରଦାବାଦ୍‌ (ଗ୍ରାମାଞ୍ଚଳ)ରୁ ନିର୍ବାଚନ ପଡ଼ିଆକୁ ଓହ୍ଲାଇବେ। କଥାଟା ଆଶ୍ଚର୍ଯ୍ୟ ଲାଗୁଛି। ଘଟଣାର ସତ୍ୟାସତ୍ୟ ଜାଣିବାକୁ ଗଣମାଧ୍ୟମ ଦ୍ୱାରା ଚେଷ୍ଟା କରାଯାଇଛି। 
 
ସନି ଲିଓନଙ୍କୁ ଆଇଟମ୍‌ ନମ୍ବର୧ କୁହାଯାଇଥାଏ। କିନ୍ତୁ ଭାଇରଲ ଫଟୋରେ ତାଙ୍କୁ ରାଜନୀତି ଆଡକୁ ଆକର୍ଷଣ କରୁଛି ବୋଲି ତାଙ୍କର ପ୍ରଶଂସକ କହୁଛନ୍ତି। ନିର୍ବାଚନ ସଂପର୍କୀତ ସନି ଲିଓନଙ୍କ ଫଟୋ ଯେଉଁମାନେ ଦେଖିଛନ୍ତି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ। 
 
ଭାଇରଲ ଫଟୋ ମୁତାବିକ ସନି ଲିଓନ ମୁରାଦାବାଦ୍‌ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ। ପୋଷ୍ଟରରେ ସନି ଶାଢ଼ି ପିନ୍ଧିଥିବା  ଦେଖାଯାଇଛି। ସନିଙ୍କୁ ଭୋଟ କାହିଁକି ଦିଆଯିବା ଦରକାର, ତା’ର ୫ଟି କାରଣ ମଧ୍ୟ ଉଲ୍ଲେଖ ରହିଛି। ସନି କର୍ମଠ, ସର୍ଚ୍ଚୋଟ, ଲୋକପ୍ରିୟ, ଲଢ଼ାଇ କରିବାର କ୍ଷମତା ଅଛି ତାଙ୍କର ଆଦି ବିଷୟରେ ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଷ୍ଟର ତଳେ ଲେଖାଯାଇଛି, ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଧ୍ୟାନ ଦେଉଥିବା ଲୋକପ୍ରିୟ ପ୍ରାର୍ଥୀ ଶ୍ରୀମତୀ ସନି ଲିଓନଙ୍କୁ ନିଜର ଅମୂଲ୍ୟ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ।  
 
ମୋରଦାବାଦ୍‌ ହେଉଛି ଉତ୍ତରପ୍ରଦେଶର ଅନ୍ୟତମ ଲୋକପ୍ରିୟ ବିଧାନସଭା ନିର୍ବାଚନ ମଣ୍ଡଳୀ। ସନି ଲିଓନଙ୍କ ଭାଇରଲ ଫଟୋ ସତ ନା ମିଛ ଏ ବିଷୟରେ ଅନୁସନ୍ଧାନ କରାଯିବାରୁ ପରେ ଏହି ଘଟଣା ମିଛ ବୋଲି ଜଣାପଡ଼ିଛି।