24 February 2017
10:34:15 PM
Sambad News
ମନୋରଞ୍ଜନ

ଡବୁ ରତନାନିଙ୍କ କ୍ୟାଲେଣ୍ଡର୍‌ରେ ସନ୍ନି ଲିଓନଙ୍କ ହଟ୍‌ ଫଟୋ

By Sambad | Date: Jan 12 2017 2:40PM
ଡବୁ ରତନାନିଙ୍କ କ୍ୟାଲେଣ୍ଡର୍‌ରେ ସନ୍ନି ଲିଓନଙ୍କ ହଟ୍‌ ଫଟୋ

ମୁମ୍ବାଇ: ପ୍ରଖ୍ୟାତ ଫଟୋଗାଫର ଡବୁ ରତନାନିଙ୍କ ନିଉ ଇୟର୍‌ କ୍ୟାଲେଣ୍ଡର୍‌ ଗତକାଲି ରାତିରେ ଉନ୍ମୋଚିତ ହୋଇଛି । ଏଥିରେ ବିଗ୍‌ ବି ଅମିତାଭ ବଚ୍ଚନ,ସୁପରଷ୍ଟାର୍‌ ଶାହରୁଖ୍‌ ଖାନ୍‌ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଭଳି ନାମୀସେଲିବ୍ରିଟି ପୋଜ୍‌ ଦେଇ ଫଟୋସୁଟ୍‌ କରାଇଥିଲେ ମଧ୍ୟ ସବୁଠୁ ବେଶି ଚର୍ଚ୍ଚାରେ ଅଛି ସେଥିରେ ଥିବା ଇଣ୍ଡୋ-କାନାଡିଆନ୍‌ ସନ୍ନି ଲିଓନଙ୍କ ହଟ୍‌ ଫଟୋ । ଏହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଛି । ଏହାର ଗୋଟିଏ ଫଟୋରେ ସନ୍ନିଙ୍କ ବକ୍ଷବନ୍ଧନୀ  ପିନ୍ଧି ନଥିବାର ଦେଖିବାକୁ ମିଳିଛି । ଏକ ସିମରିଂ ଜାକେଟ୍‌ ପିନ୍ଧିଛନ୍ତି ସେ । ଓଠରେ ଲାଲ ରଙ୍ଗର ଲିପଷ୍ଟିକ୍‌ ଥିବା ବେଳେ ମଣିବନ୍ଧରେ ରହିଛି ସୁନେଲି ବ୍ରେସଲେଟ୍‌ ।
 
ଏହାଛଡ଼ା ଅନ୍ୟ  ଫଟୋରେ ତାଙ୍କର  ଆଉ ଗୋଟିଏ ହଟ୍‌ ପୋଜ୍‌ ଦେଖିବାକୁ ମିଳିଛି । ଏହି କ୍ୟଲେଣ୍ଡରର ଅନ୍ୟତମ ଆକର୍ଷଣ ହେଉଛି  ବିଦ୍ୟା ବାଲନଙ୍କ ଫଟୋ ।ଏଥିରେ ସେ ଓଠରେ ସିଗାରେଟ୍‌ ଲଗାଇ ଏକ କୋଟ୍‌ ପିନ୍ଧିଥିବାର  ଦେଖିବାକୁ ମଳିଛି ।