29 March 2017
10:44:35 AM
Sambad News
ମନୋରଞ୍ଜନ

ଅକ୍ଷୟଙ୍କୁ ଚୁପ୍‌ ରହିବାକୁ ପତ୍ନୀଙ୍କ ନିର୍ଦ୍ଦେଶ

By Sambad | Date: Aug 23 2016 9:36PM
ଅକ୍ଷୟଙ୍କୁ ଚୁପ୍‌ ରହିବାକୁ ପତ୍ନୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୨୦୧୫ରେ ଟୁଇଙ୍କିଲ୍‌ ଖାନ୍ନାଙ୍କ ଦ୍ୱାରା ଲିଖିତ ତାଙ୍କର ପ୍ରଥମ ପୁସ୍ତକ ‘ମିସେସ୍‌ ଫନି ବୋନ୍‌ସ’ ଏକଲକ୍ଷରୁ ଅଧିକ ବିକ୍ରି ହୋଇସାରିଲାଣି। ଏହି ଖୁସିରେ ସ୍ୱାମୀ ଅକ୍ଷୟ କୁମାର ଟୁଇଟର୍‌ରେ ଟୁଇଙ୍କିଲ୍‌ଙ୍କୁ ଅଭିନନ୍ଦନ ଜଣାଇବା ସହ କୌତୁକିଆ ଟ୍ୟୁଟ୍‌ କରିଛନ୍ତି ଯେ ବିଖ୍ୟାତ ଲେଖିକାଙ୍କୁ ମୋର ଅଭିନନ୍ଦନ। ଏହି ଟ୍ୟୁଟ୍‌ର ଉତ୍ତରରେ ଚତୁରୀ ଟୁଇଙ୍କିଲ୍‌ ଅକ୍ଷୟଙ୍କୁ ଏକ ବଚନ ମାଗିଛନ୍ତି। ସେ ଲେଖାରେ ବ୍ୟସ୍ତ ଥିବା ସମୟରେ ଫୋନ କଲ୍‌, ମେସେଜ୍‌ କିମ୍ବା ସାମ୍ନାକୁ ଆସି କୌଣସି ପ୍ରକାର ବାଧା ନ ଦେବାକୁ ଅକ୍ଷୟଙ୍କୁ କହିଛନ୍ତି ଟୁଇଙ୍କିଲ୍‌।
ସୁନ୍ଦରୀ-ବିଦୁଷୀ ପତ୍ନିଙ୍କ କଥା କିଏ ବା ନ ରଖେ! ଶେଷରେ ବିବଶ ଅକ୍ଷୟ ଆଉ ପତ୍ନୀଙ୍କୁ ହଇରାଣ କରିବେନି ବୋଲି ସ୍ୱୀକାର କରିଛନ୍ତି। ସୋସିଆଲ୍‌ ନେଟ୍‌ଓ୍ଵାର୍କିଙ୍ଗ୍‌ ସାଇଟ୍‌ରେ ଅକ୍ଷୟ ଗର୍ବର ସହ ଉଲ୍ଲେଖ କରିଛନ୍ତିି ଟୁଇଙ୍କିଲ୍‌ ତାଙ୍କ ଠାରୁ ବି ବେଶୀ ପ୍ରଶଂସାଯୋଗ୍ୟା। ସେ ଟୁଇଙ୍କିଲ୍‌ଙ୍କ ସଫଳତାରେ ଅନେକ ଖୁସି। ସେଥିପାଇଁ ତାଙ୍କୁ କୌଣସି ବି ଶପଥ କରିବାରେ କୁଣ୍ଠାବୋଧ ନାହିଁ।