21 January 2017
11:46:39 AM
image
Sambad News
ଗଜପତି

ନବନିର୍ମାଣ କୃଷକ ସଂଗଠନର ରାଲି ୧୪ରେ

By Sambad | Date: Dec 8 2016 11:20AM
ନବନିର୍ମାଣ କୃଷକ ସଂଗଠନର ରାଲି ୧୪ରେ


ପାରଳାଖେମୁଣ୍ଡି: ଆସନ୍ତା ଡିସେମ୍ବର ୧୪ ତାରିଖ ଭୁବନେଶ୍ୱର ଠାରେ ଓଡ଼ିଶା ନବନିର୍ମାଣ କୃଷକ ସଂଗଠନର ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ। ଏ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କୃଷକ ସଂଘର ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଛ୍ରାତ କୃଷକ ସଂଗଠନର ସଂଯୋଜକ ମନୋହର ଅଲି ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ ଜିଳ୍ଲା କୃଷକ ସଂଘର ସଭାପତି ସୂର୍ଯ୍ୟ ପଟ୍ଟନାୟକ, ସମ୍ପାଦକ ଓ୍ଵାଇ ରାମୁଲୁ, ଉପସଭାପତି ଏ ଜଗା ରାଓ, କୋଷାଧ୍ୟକ୍ଷ ସୀତାରାମ ରେଡ୍ଡିଙ୍କ ସମେତ ବିଭିନ୍ନ ବ୍ଲକରୁ ଆସିଥିବା ୩୦ଜଣ ପଦାଧିକାରୀ ଯୋଗ ଦେଇ ବିଭିନ୍ନ ନିଷ୍ପତ୍ତି ନେଇଥିଲେ । ଆସନ୍ତା ୧୪ ତାରିଖ ରାଲିରେ ଗଜପତିରୁ ୨ ଶହ ଚାଷୀ ଯୋଗ ଦେବେ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।