26 May 2017
2:52:42 PM
image
Sambad News
ଗଜପତି

ରା.ଉଦୟଗିରିରେ ନିର୍ବାହୀ ଅଧିକାରୀଙ୍କ ଆନ୍ଦୋଳନ

୧୩ ପଞ୍ଚାୟତର ଅବସ୍ଥା ବେହାଲ୍‌, ବୃଦ୍ଧବୃଦ୍ଧା ଆଶଙ୍କାରେ

By Sambad | Date: Dec 13 2016 5:40AM
ରା.ଉଦୟଗିରିରେ ନିର୍ବାହୀ ଅଧିକାରୀଙ୍କ ଆନ୍ଦୋଳନ


ରା.ଉଦୟଗିରି: ୪ ଦଫା ଦାବି ନେଇ ରା.ଉଦୟଗିରି ବ୍ଲକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଲା ୫ ତାରିଖରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏଥିରେ ବ୍ଲକର ୧୩ଟି ପଞ୍ଚାୟତର ଉନ୍ନୟନ କାଯ୍ୟର୍ ବିଗିଡି ଯାଇଥିବା ଦେଖିବାକୁ ମିଳିଛି । କାହିଁକିନା, କାଯ୍ୟର୍ରତ ସମସ୍ତ ୧୧ଜଣ ନିର୍ବାହୀ ଅଧିକାରୀ ଏଥିରେ ସାମିଲ ଥିବାରୁ ସରପଞ୍ଚ ଏବଂ ଗ୍ରାମ ରୋଜଗାର ସେବକମାନଙ୍କ ପାଇଁ ପଞ୍ଚାୟତ ଚଳାଇବା ମୁସ୍କିଲ ହୋଇ ପଡ଼ିଛି। ଏପଟେ ଭତ୍ତା ପାଉଥିବା ବୃଦ୍ଧବୃଦ୍ଧାମାନେ ଆଶଙ୍କାରେ କାଳାତିପାତ କରୁଥିବା ଜଣାଯାଇଛି ।
   

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦାବି ଗୁଡ଼ିକ ହେଲା - ଚାକିରୀ କରିବାର ସର୍ବନିମ୍ନ ଯୋଗ୍ୟତା ସ୍ନାତକ କରିବା, ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପ୍ରକାରେ ଆରଏସିପି ପ୍ରଦାନ କରିବା, ଜିପିଇଓ ଏବଂ ପି.ଏ ପଦବୀକୁ ଶତ ପ୍ରତିଶତ ପଦୋନ୍ନତି ଦେବା, ପଞ୍ଚାୟତ ସେକ୍ରେଟାରୀରୁ ପଦୋନ୍ନତି ପାଇଥିବା ନିର୍ବାହୀ ଅଧିକାରୀଙ୍କୁ ପେନ୍‌ସନ ଯୋଜନାରେ ସାମିଲ କରିବା  ଆଦି । ଆଗରୁ ମନରେଗା କାମର ମଜୁରୀ ଟଙ୍କା ଆସିନଥିବା ସୂଚନା ମିଳୁଥିଲା। ଏବେ ଟଙ୍କା ଆସିବା ପରେ ମଧ୍ୟ ପିଇଓଙ୍କ ଆନ୍ଦୋଳନ ଯୋଗୁଁ ମଜୁରୀ ପ୍ରାପ୍ୟ ବଣ୍ଟନ ହୋଇ ପାରୁନଥିବା ସମସ୍ତଙ୍କୁ ଆନ୍ଦୋଳିତ କରିଛି ।

ଶ୍ରମିକଙ୍କୁ ଶ୍ରମ ମଧ୍ୟ ପ୍ରଦାନ କରାଯାଇପାରୁନି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ପୂର୍ବର ଇନ୍ଦିରା ଆବାସ ଯୋଜନାରେ ଅର୍ଥ ଯୋଗାଣ, ପାନୀୟ ଜଳ ଯୋଗାଣ, ସ୍ୱଚ୍ଛଭାରତ କାଯ୍ୟର୍କ୍ରମ, ସାଧାରଣ ବଣ୍ଟନ ଯୋଜନା ଓ ହରିଶ୍ଚନ୍ଦ୍ର ଯୋଜନା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ୪ର୍ଥ ଓ ଚତୁର୍ଦ୍ଦଶ ଅର୍ଥ କମିଶନ କାଯ୍ୟର୍ ମଧ୍ୟ ବନ୍ଦ ରହିଛି।

ଆଗାମୀ ୧୫ତାରିଖ ଦିନ ବଣ୍ଟନ ହେବାକୁ ଥିବା ଭତ୍ତା କିଭଳି ପାଇବେ ବୋଲି ୬୦ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ଅବିବାହିତା ତଥା ବିଧବାମାନେ ଆଶଙ୍କାରେ ଅଛନ୍ତି। ଏତଦ୍‌ ବ୍ୟତୀତ ଆଗାମୀ ପଞ୍ଚାୟତ ନିର୍ବାଚନ ନିମନ୍ତେ ହେବାକୁ ଥିବା ପ୍ରସ୍ତୁତି ମଧ୍ୟ ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ବ୍ଲକରେ ଆଗାମୀ ୧୫ରୁ ୧୭ପଯ୍ୟର୍ନ୍ତ ୩ଦିନ ବ୍ୟାପୀ ସରକାରୀ କାଯ୍ୟର୍କ୍ରମ ମଧ୍ୟ କିଭଳି ସମ୍ପାଦିତ ହେବ ସେ ନେଇ ମଧ୍ୟ ଅନିଶ୍ଚିତତା ପ୍ରକାଶ ପାଇଛି ।
 

image