26 May 2017
2:42:09 PM
image
Sambad News
ଗଜପତି

ରେଳ ବିଭାଗରେ ଚାକିରୀ ଆଳରେ ଠକେଇ

ବହୁ ଲୋକ ଶିକାର, ଏକାଧିକ ମାମଲା ହେବ

By Sambad | Date: Dec 17 2016 12:09PM
ରେଳ ବିଭାଗରେ ଚାକିରୀ ଆଳରେ ଠକେଇ


ପାରଳାଖେମୁଣ୍ଡି: ରେଳ ବିଭାଗରେ ଚାକିରୀ ଦେବାର ଲୋଭ ଦେଖାଇ ବହୁ ଯୁବକଙ୍କୁ ଠକିଥିବା ଏବଂ ସେମାନଙ୍କର ଟଙ୍କା ଆତ୍ମସାତ କରିବା ଘଟଣାରେ ଅବକାରୀ ବିଭାଗର ଏଏସ୍‌ଆଇ ସିମାଞ୍ଚଳମ୍ଜ ରେଡ୍ଡିଙ୍କୁ ଗିରଫ କରାଯାଇଛି । ଏଥିରେ ସଂପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ପୁଲିସ୍‌ ବର୍ତ୍ତମାନ ଖୋଜୁଛି । ଏଭଳି କାର୍ଯ୍ୟାନୁଷ୍ଠାନରେ ପ୍ରଭାବିତ ହୋଇ ଠକାମିର ଶିକାର ବହୁ ଯୁବକ ଏତଲା ଦେବା ପାଇଁ ଆଗଭର ହେଉଥିବା ଜଣାପଡ଼ିଛି ।
   

କିଛି ବର୍ଷ ପୂର୍ବେ ରେଳ ବିଭାଗରେ କିଛି ପଦବୀ ପାଇଁ ଖବର କାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା । ଏହାକୁ ଭିତ୍ତିକରି ପୂର୍ବତଟ ରେଳ ବିଭାଗର କିଛି କର୍ମଚାରୀଙ୍କ ମାଧ୍ୟମରେ ଲାଂଚ ଦେଲେ ଚାକିରୀ ପାଇବା ସମ୍ଭବ ବୋଲି ଏକ ଗୁଜବ ପ୍ରକାଶ ପାଇଥିଲା । କିଛି ନିରୀହ, ଶିକ୍ଷିତ, ବେକାର ଯୁବକ ଏଥିରେ ଫସି ଯାଇଥିଲେ । ଅନେକ ଯୁବକ-ଯୁବତୀ ଚାକିରୀ ପାଇବା ଆଶାରେ ବିଗତ ୪ବର୍ଷ ମଧ୍ୟରେ ପ୍ରତ୍ୟେକେ ୨ରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ଠକେଇ ର‍୍ୟାକେଟର ବ୍ୟକ୍ତିବିଶେଷଙ୍କୁ ଦେଇଥିବା ବର୍ତ୍ତମାନ ଲୋକଲୋଚନକୁ ଆସୁଛି ।

ବିଶେଷ କରି ଆନ୍ଧ୍ରର ବହୁ ଯୁବକ ଏଭଳି ଠକାମିର ଶିକାର ହୋଇଥିବା ବେଳେ ପାରଳା ସହରରେ ମଧ୍ୟ ୨ ରୁ ୩ଜଣ ଜଣାଶୁଣା ବ୍ୟକ୍ତି ଏଭଳି ର‍୍ୟାକେଟ୍‌ରେ ଫସିଯାଇଥିବା କଥା ବର୍ତ୍ତମାନ ସ୍ୱୀକାର କରୁଛନ୍ତି । ଜଣେ ମହିଳାଙ୍କୁ ଏଏସ୍‌ଏମ୍‌ ପଦବିରେ ନିଯୁକ୍ତି ଦିଆଯାଇଛି ବୋଲି ଏକ ଜାଲ ଦସ୍ତାବିଜ ପତ୍ର ଦିଆଯାଇଥିଲା। ସେ ନିଯୁକ୍ତିସ୍ଥଳୀକୁ ଯାଇ ଏହା ମିଥ୍ୟା ବୋଲି ଜାଣିପାରିଥିଲେ । ଏଣୁ, ଏଭଳି ଠକାମିର ଶିକାର ବହୁ ଯୁବକଯୁବତୀ ବର୍ତ୍ତମାନ ପାଟି ଖୋଲିବେ ଏବଂ ଏତଲା ସଂଖ୍ୟା ବଢ଼ିବ ବୋଲି ସମ୍ଭାବନା ପ୍ରକାଶ ପାଇଛି । 

image