28 June 2017
9:26:33 PM
image
Sambad News
ଗଜପତି

ପାରଳା ପୌରପାଳିକାର ଜବରଦଖଲ ଉଚ୍ଛେଦ ଆରମ୍ଭ ବିନା ନୋଟିସ୍‌ରେ କାଯ୍ୟର୍ାନୁଷ୍ଠାନ ନେଇ ଅସନ୍ତୋଷ

By Sambad | Date: Dec 20 2016 6:05AM
ପାରଳା ପୌରପାଳିକାର ଜବରଦଖଲ ଉଚ୍ଛେଦ ଆରମ୍ଭ ବିନା ନୋଟିସ୍‌ରେ କାଯ୍ୟର୍ାନୁଷ୍ଠାନ ନେଇ ଅସନ୍ତୋଷ


ପାରଳାଖେମୁଣ୍ଡି: ଅନେକ ବର୍ଷ ପରେ ପାରଳା ପୌରପାଳିକା, ପୁଲିସ ଓ ପ୍ରଶାସନର ମିଳିତ ସହଯୋଗରେ ସହରର ବିଭିନ୍ନ ଅଂଚଳରୁ ଜବରଦଖଲକୁ ହଟାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ପୌରପାଳିକା କାଯ୍ୟର୍ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଅଭିଯାନରେ ଆଜି ମେଡ଼ିକାଲ୍‌ ଛକରୁ ଉଚ୍ଛେଦ ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ସିନେମା ହଲ୍‌ ଛକରେ ପହଂଚି ଥିଲା ।

ମହିଳା ମହାବିଦ୍ୟାଳୟ ଛକ ନିକଟରେ କିଛି ସ୍ଥାୟୀ କୋଠାଗୁଡିକୁ ଭଂଗା ଯାଇଥିବା ଯୋଗୁଁ ଘରମାଲିକମାନେ ଏହାର ପ୍ରତିବାଦ କରିଛନ୍ତି  । କୌଣସି ଚିଠା କିମ୍ବା ନୋଟିସ୍‌ ପୂର୍ବରୁ ପୌରପାଳିକା ତରଫରୁ ଦିଆଗଲା ନାହିଁ ବୋଲି ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
   

ରାଜସ୍ୱ ବିଭାଗ ଓ ପୌରପାଳିକା କିଛି ନକ୍ସା ଆଧାରରେ ନାଳ ପଛରେ ଥିବା ସ୍ଥାୟୀ କୋଠାଗୁଡିକୁ ମଧ୍ୟ ହଟାଇଛନ୍ତି  । ଏହା ବିରୋଧରେ ସେମାନେ ଅଦାଲତର ଆଶ୍ରୟ ନେବେ ବୋଲି କହିଛନ୍ତି । ନକ୍ସା ଯଦି ଭୁଲ ପ୍ରମାଣିତ ହେବ, ନିଶ୍ଚିତ ଭାବେ ସେମାନେ ପୌରପାଳିକା ବିରୋଧରେ ଏହାର ଖର୍ଚ ଆଦାୟ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ଘର ମାଲିକମାନେ ସୂଚାଇ ଦେଇଛନ୍ତି । ଅନ୍ୟପକ୍ଷରେ ରାସ୍ତା ଉପରେ ଅନେକ ଅସ୍ଥାୟୀ ଦୋକାନଗୁଡିକୁ ପୌରପାଳିକା ଉଠାଇ ନେଇ ଯାଇଛନ୍ତି ।

କେତେକ ସ୍ଥାନରେ ନାଳ ଉପରେ ନିର୍ମିତ ପକ୍କା ଦୋକାନଗୁଡ଼ିକୁ ମଧ୍ୟ ଚୁରମାର କରିଦିଆଯାଇଛି । ଉଚ୍ଛେଦ ଅଭିଯାନ ଜାରି ରହିଥିବା ବେଳେ ସ୍ଥାନୀୟ କାଉନ୍‌ସିଲରମାନେ ଉପସ୍ଥିତ ନଥିବା ନେଇ ଜନସନ୍ତୋଷ ସୃଷ୍ଟି କରିଥିବା ବେଳେ ଆସନ୍ତା କିଛି ଦିନ ପଯ୍ୟର୍ନ୍ତ ଉଚ୍ଛେଦ ଅଭିଯାନ ଜାରି ରହିବ ବୋଲି କାଯ୍ୟର୍ନିର୍ବାହୀ ଅଧିକାରୀ ଶ୍ରୀ ରାଉତ ସୂଚନା ଦେଇଛନ୍ତି।