23 August 2017
11:15:21 PM
image
Sambad News
ଗଜପତି

ଦୁର୍ଗମ ଅଂଚଳରେ ବିଦ୍ୟୁତ୍‌ ସଂଯୋଗ

ଜିଲ୍ଲାପାଳଙ୍କ ଦ୍ୱାରା ଖଞ୍ଜାମେରା ସବଷ୍ଟେସନ ଉଦଘାଟିତ

By Sambad | Date: Dec 21 2016 6:03AM
ଦୁର୍ଗମ ଅଂଚଳରେ ବିଦ୍ୟୁତ୍‌ ସଂଯୋଗ


ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଦୁର୍ଗମ ଅଂଚଳରେ ବିଦ୍ୟୁତ୍‌ ସଂଯୋଗ  ପ୍ରଦାନ ପାଇଁ ଏକ ସବ୍‌ଷ୍ଟେସନ ଗତକାଲି ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଉଦ୍‌ଘାଟନ କରିଛନ୍ତି । ଏହି ସବ୍‌ଷ୍ଟେସନଟି  ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳାଗଡ ଗ୍ରାମ ପଂଚାୟତ ଖଂଜାମେରା ଗ୍ରାମ ଠାରେ ନିର୍ମାଣ କରାଯାଇଛି । ଖଂଜାମେରା, ତଇ, ଝୁଙ୍ଗୁରୁ, ଗାଣ୍ଠୁପଦର, ଗଡ଼ାପଦର ଆଦି ୭ଟି ଗ୍ରାମର ଅଧିବାସୀ ଏହି ବିଦ୍ୟୁତ ସଂଯୋଗ ଦ୍ୱାରା ଉପକୃତ ହେବେ ।  ଅଞ୍ଚଳରେ ଆଲୋକ ପ୍ରଦାନ କରିବା ସହ ବହୁ ଦିନ ପରେ ଲୋକଙ୍କୁ ଅନ୍ଧକାରରୁ ମୁକ୍ତି ଦିଆଯାଇଥିବାରୁ ସେମାନଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି ।
   

ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ୪୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଦେଢ ମାସ ମଧ୍ୟରେ ଏହି କାଯ୍ୟର୍ ସଂପୂର୍ଣ୍ଣ କରାଯାଇଥିବା ବେଳେ  ପାହାଡ଼ ଖୋଲ ମଧ୍ୟରେ ୫ଶହ ଫୁଟ୍‌ ଗଭୀରତାର ଧାରେ ଧାରେ ଏହି ସବୁ ବିଦ୍ୟୁତ୍‌ ଖୁଣ୍ଟ ପୋତାଯାଇଛି । ସମାବେଶରେ ଛେଲାଗଡ ରାସ୍ତାରୁ ଖଂଜାମେରା ପଯ୍ୟର୍ନ୍ତ ୧୧କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ଗ୍ରାମବାସୀ ପାଇଖାନା ବ୍ୟବହାର କରିବା  ଓ ନିଜର ଘରଦ୍ୱାର ପରିଷ୍କାର ରଖିବାକୁ ଉପଦେଶ ଦେଇଥିଲେ ।  

ଏହା ପରେ ସେ ନୂଆଗଡ଼ ଛକ ଠାରେ ଏକ ଯାତ୍ରୀ ବିଶ୍ରାମାଗାର ଉଦ୍‌ଘାଟନ କରିଥିଲେ । କାଯ୍ୟର୍କ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁଶୀଲ କୁମାର ପାଣିଗ୍ରାହୀ, ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ପରୀକ୍ଷିତ ସେଠୀ, ରା.ଉଦୟଗିରି  ପଂଚାୟତ ସମିତି ଅଧ୍ୟକ୍ଷ ଦାଶରଥୀ ଗମାଙ୍ଗ, ବ୍ଲକ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୁ ଦାସଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ ।

ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ୪୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଦେଢ ମାସ ମଧ୍ୟରେ ଏହି କାଯ୍ୟର୍ ସଂପୂର୍ଣ୍ଣ କରାଯାଇଥିବା ବେଳେ  ପାହାଡ଼ ଖୋଲ ମଧ୍ୟରେ ୫ଶହ ଫୁଟ୍‌ ଗଭୀରତାର ଧାରେ ଧାରେ ଏହି ସବୁ ବିଦ୍ୟୁତ୍‌ ଖୁଣ୍ଟ ପୋତାଯାଇଥିବା ପ୍ରକାଶ