26 May 2017
2:54:17 PM
image
Sambad News
ଗଜପତି

ମିଳିତ ଚଢାଉ : ୧୦କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ

By Sambad | Date: Dec 28 2016 5:23AM
ମିଳିତ ଚଢାଉ : ୧୦କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ

ରା.ଉଦୟଗିରି: ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶିଲ କୁମାର ପାଣିଗ୍ରାହୀ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ହମିଦଉଲ୍ଲା ଖାନଙ୍କ ନିର୍ଦ୍ଦେଶ କ୍ରମେ ଆଜି ନୂଆଗଡ ବ୍ଲକ ଅନୁଗୁରୁ ଗ୍ରାମ ପଞ୍ଚାୟତର ଟାଣ୍ଡ୍ରାଙ୍ଗ ଓ କାଟାମା ଗ୍ରାମରେ ପୁଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ଏଥିରେ ସ୍ଥାନୀୟ ବନବିଭାଗ ଓ ରାଜସ୍ୱ ବିଭାଗ ମଧ୍ୟ ସହଯୋଗ କରିଥିଲେ।

ଏହି ଚଢାଉ ସକାଳ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୪ଟାରେ ସରିଥିଲା। ୫୦ଏକରରୁ ଉର୍ଦ୍ଧ୍ୱ ଜାଗାରେ ଚାଷ କରାଯାଇଥିବା ୧ଲକ୍ଷରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛକୁ କାଟି ପୋଡି ଦିଆଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୧୦କୋଟିରୁ ଅଧିକ ହେବ ବୋଲି ଅବକାରୀ ସୂତ୍ରରୁ ପ୍ରକାଶ। ଏହି ଚଢାଉରେ ଏସ୍‌ଡିପିଓ ରବି ନାରାୟଣ ବାରିକ, ଥାନାଧିକାରୀ ପ୍ରଭାକର ପଣ୍ଡା, ମାଜିଷ୍ଟ୍ରେଟ୍‌ ସୋମନାଥ ମାଝୀ, ଅବକାରୀ ଇନ୍ସପେକ୍ଟର ପ୍ରଦୀପ କୁମାର ପଟ୍ଟନାୟକ, ରମେଶ ଚନ୍ଦ୍ର ଶତପଥୀ, ଜି.ସୁରିବାବୁ, ଖଲିଲ ଅହମ୍ମଦ, ସମ୍ବଲପୁର ରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ମାଝୀ, ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବନବିଭାଗରୁ ଅରୁଣ କୁମାର ପାଢୀ, କିଶୋର ରଥ ଓ ବହୁମୂଲ୍ୟ ପରିଚ୍ଛା ପ୍ରମୁଖ ଭାଗ ନେଇଥିଲେ।
 

image