21 January 2017
5:35:10 AM
image
Sambad News
ଗଜପତି

ରାସ୍ତା କଡ଼େ ଯୁବତୀଙ୍କ ଦରପୋଡ଼ା ଶବ

By Sambad | Date: Dec 29 2016 1:50AM
ରାସ୍ତା କଡ଼େ ଯୁବତୀଙ୍କ ଦରପୋଡ଼ା ଶବ

ମୋହନା :  ଗଜପତି ଜିଲ୍ଲା ଅଡ଼ବା ଥାନା ଅଂଚଳରେ ରାସ୍ତା କଡୁ ଜଣେ ଅଜ୍ଞାତ ଯୁବତୀଙ୍କ ଅଧାପୋଡ଼ା ଶବ ମିଳିବା ଘଟଣା ସାରା ଇଲାକାରେ ଚହଳ ପଡ଼ି ପକାଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେଉଛି। ହେଲେ ଯୁବତୀଙ୍କୁ ହତ୍ୟା ପରେ ଆଣି ଏଠାରେ ଦୁବୃତ୍ତମାନେ ପୋଡ଼ି ପରିଚୟ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ନା ପୋଡ଼ା ଶବ କୌଣସି ଗାଡ଼ିରେ ଆଣି ନିକାଞ୍ଚନ ସ୍ଥାନ ଦେଖି ଫୋପାଡ଼ି ପଳାଇଛନ୍ତି ତାହାର ଅନୁସନ୍ଧାନ ପୁଲିସ କରୁଛି। ରାୟଗଡ଼ା ଓ ଗଜପତି ଜିଲ୍ଲା ସୀମାନ୍ତ ରାଇପଙ୍କା ନିକଟସ୍ଥ ମୁଖ୍ୟ ରାସ୍ତା କଡ଼ରୁ ଯୁବତୀଙ୍କ ଦରପୋଡ଼ା ଶବ ଉଦ୍ଧାର କରାଯାଇଛି। 

 
ତାଙ୍କୁ କିରାସିନି ବା ପେଟ୍ରୋଲ ପକାଇ ପୋଡ଼ି ଦିଆ ଯାଇଛି। ଶରୀରର ମଧ୍ୟଭାଗ ପୋଡ଼ି ଯାଇଛି। ତେବେ ଆଣ୍ଠୁରୁ ତଳକୁ ଏବଂ ବେକ ଠାରୁ ମୁଣ୍ଡ ଯାଏଁ ଦରପୋଡ଼ା ରହିଛି। ପ୍ରାଥମିକ ଅନୁସନ୍ଧାନରୁ ଏଥିରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ପୁଲିସ ଅନୁମାନ କରୁଛି।  ଅଂଚଳବାସୀ ଏହା ଦେଖିବା ପରେ ସ୍ଥାନୀୟ ଅଡ଼ବା ପୁଲିସକୁ ଜଣାଇଥଲେ। ଏ ନେଇ ଅଡ଼ବା ଥାନାରେ  କେସ ନଂ ୬୦/୨୦୧୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।