20 August 2017
11:42:55 AM
Sambad News
ଗଜପତି

ପଞ୍ଚାୟତ ନିର୍ବାଚନ: ଫୋକସ ବାଲିଗୁଡ଼ା

ତିନି ଦଳର ସଜବାଜ, ପ୍ରାର୍ଥୀ ଚୟନ ପାଇଁ ଗାଁ ମୁହାଁ ନେତା

By Sambad | Date: Dec 31 2016 11:16AM
ପଞ୍ଚାୟତ ନିର୍ବାଚନ: ଫୋକସ ବାଲିଗୁଡ଼ା

ବାଲିଗୁଡ଼ା: ଆସନ୍ତା ଫେବୃଆରୀ ୧୩ ତାରିଖ ଠାରୁ ପଞ୍ଚାୟତ ନିର୍ବାଚନ। ଏହାକୁ ନେଇ ଗତ ୨୮ତାରିଖରୁ ଆଚରଣ ବିଦ୍ଧି ଲାଗୁ ହୋଇଗଲାଣି। ଏହାପର ଠାରୁ ବାଲିଗୁଡ଼ା ପଞ୍ଚାୟତ ସମିତିର ବିଭିନ୍ନ ପଞ୍ଚାୟତ ଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ରାଜନୈତିକ ନଳ ମାନଙ୍କ ପକ୍ଷରୁ ପଞ୍ଚାୟତ ଗସ୍ତ ସହିତ ପ୍ରାର୍ଥୀ ତାଲିକା ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି। ବାଲିଗୁଡ଼ା ବ୍ଲକ ଅଧିନରେ ମୋଟ ୧୪ଗୋଟି ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲାପରିଷଦ ପ୍ରାର୍ଥୀ ମାନେ ନିର୍ବାଚିତ ହେବେ।

କୁଟିକିଆ, ଖମନଖୋଲ, ଦଡ଼କଙ୍ଗିଆ, ପରମପାଙ୍ଗା, ବାଟାଗୁଡ଼ା, ବାରଖମା, ବଡ଼୍ରୁକିଆ, ମିଡ଼ିଆକିଆ, ରୁତୁଙ୍ଗିଆ, ରେବିଙ୍ଗିଆ, ସଲାଗୁଡ଼ା, ସିନ୍ଦ୍ରିଗାଁ, ସୁନ୍ରା ଓ ଲଣ୍ଡାଗାଁ ପଞ୍ଚାୟତର ମୋଟ ୧୪ଗୋଟି ପଞ୍ଚାୟତର ୫୫୭୫୫ ଜଣ ଭୋଟର ରହିଛିନ୍ତି।  ସେଥିରୁ ଅନୁସୁଚିତ ଜାତି ୪୨୩୧, ଅନୁସୁଚିତ ଜନଜାତି ୩୪୯୫୭ଏବଂ  ପଛୁଆ, ସାଧାରଣ ବର୍ଗର ୧୬୫୬୭ ରହିଛନ୍ତି।
   

ବାଲିଗୁଡ଼ା ସମିତିର ଦୁଇଗୋଟି ଜିଲ୍ଲାପରିଷଦ ଜୋନ୍‌ ରହିଛି। ବାରଖମା ୧୫ନମ୍ବର ଜୋନ  ହରଜନ ମହିଳା ଏବଂ ୧୬ନମ୍ବର ଜୋନ୍‌ ବାଲିଗୁଡ଼ା ଆଦିବାସୀ ମାନଙ୍କ ପାଇଁ ସରଂକ୍ଷିତ। ଏଭଳି ପରିସ୍ଥିତରେ ମୁଖ୍ୟତଃ ବିଜେପି, ବିଜେଡ଼ି ଏବଂ କଂଗ୍ରେସ ଦଳର ଯୁବ ନେତା ମାନେ ଏଥର ପଞ୍ଚାୟତ ନିର୍ବାଚନରେ ମୁଖ୍ୟ ଭୁମିକା ଗ୍ରହଣ କରୁଛନ୍ତି।
    ରାଜ୍ୟସ୍ତରରେ ଗୋଷ୍ଠୀ କନ୍ଦଳକୁ ପଛରେ ପକାଇ ବାଲିଗୁଡା କଂଗ୍ରେସର ଯୁବନେତା ମାନେ ବିଭିନ୍ନ ସରକାରୀ ବିଫଳତା, ଦୁର୍ନୀତିକୁ ଆୟୁଧ କରି ପଞ୍ଚାୟତ ନିର୍ବାଚନ ପାର ହେବା ପାଇଁ ଯୋଜନା କରୁଛନ୍ତି। ବିଜେପି ମୋଦିଙ୍କ ଲୋକପ୍ରିୟତାରେ ପଞ୍ଚାୟତ ନିର୍ବାଚନରେ ସେମାନଙ୍କୁ ଅଧିକ ଆସନ ଜିତାଇବାର ସହାୟକ ହେବ ବୋଲି ଆଶାରେ ରହିଛନ୍ତି।
   

ତେବେ ଶାସକ ବିଜେଡି ନବୀନ ସରକରଙ୍କ ବିଭିନ୍ନ ଗ୍ରାମାଞ୍ଚଳ ଉନ୍ନତି ଉପରେ ଏହି ପଞାୟତ ନିର୍ବାଚନରେ ଫୋକସ୍‌ କରି ଜୋରସୋରରେ ପ୍ରସ୍ତୁତି ଚଳାଇଛି। ଏବେ ଏହି ୩ଟି ଯାକ ଦଳ ଗ୍ରାମରେ ବୈଠକ କରି ପଞ୍ଚାୟତ ପ୍ରାର୍ଥୀ ଚୟନରେ ଲାଗିଲେଣି। ବାଲିଗୁଡା ସହର ଛାଡି ଏବେ ଗାଁ ମୁହାଁ ହୋଇଛନ୍ତି ବ୍ଲକ ଓ ଉପଖଣ୍ଡସ୍ତରୀୟ ନେତା ମାନେ। ୩ଟି ଦଳର କାର୍ଯ୍ୟାଳୟରେ ଆଶାୟୀ ପ୍ରାର୍ଥୀ ମାନେ ଦଳବଳ ଧରି ଟିକଟ ପାଇଁ ଦାବି ଜୋରଦାର ବି କଲେଣି। ନୂତନ ଭାବେ ଗଠନ ହୋଇଥିବା ପଞ୍ଚାୟତ ମାନଙ୍କରେ ଭୋଟରଙ୍କ ବିଶେଷ ଆଗ୍ରହ ପରିଲକ୍ଷିତ ହେଉଛି।