27 March 2017
12:14:31 AM
Sambad News
ଗଜପତି

ମଣ୍ଡିରେ ଧାନ ନିଆଯାଉନି, ଅଭାବୀ ବିକ୍ରୀ ପାଇଁ ଚାଷୀଙ୍କ ପ୍ରସ୍ତୁତି

By Sambad | Date: Jan 3 2017 6:35AM
ମଣ୍ଡିରେ ଧାନ ନିଆଯାଉନି, ଅଭାବୀ ବିକ୍ରୀ ପାଇଁ ଚାଷୀଙ୍କ ପ୍ରସ୍ତୁତି

ପାରଳଖେମୁଣ୍ଡି,: ୧୫ ଦିନ ପୂର୍ବେ ଗଜପତି ଜିଲ୍ଲାପାଳ ଧାନମଣ୍ଡିର ଉଦଘାଟନ କରିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ମଣ୍ଡିରେ ଚାଷୀ ଧାନ ବିକ୍ରୟ କରିପାରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ, ବାସ୍ତବରେ ଏହା ଆଜି ପଯ୍ୟର୍ନ୍ତ କାଯ୍ୟର୍କାରୀ ହୋଇ ପାରିଲା ନାହିଁ । ଧାନ ବିକିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଚାଷୀମାନେ ବର୍ତ୍ତମାନ ଅଭାବୀ ବିକ୍ରୀ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଏଣୁ, ଆସନ୍ତା କାଲି କୃଷକ ଅଧିକାର ଦିବସ ପାଳନ ଅବସରରେ ଗଜପତିର ଚାଷୀମାନେ ଜିଲ୍ଲାପାଳଙ୍କ କାଯ୍ୟର୍ାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି।
   

ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ନିୟନ୍ତ୍ରିତ ବଜାର କମିଟିର ମଣ୍ଡି ନିକଟରେ ପହଞ୍ଚିବାରୁ ଦେଖାଗଲା ଯେ ସେଠାରେ ବହୁ ସଂଖ୍ୟାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସମସ୍ତଙ୍କର ଅସନ୍ତୋଷ ଏବଂ ପ୍ରଶ୍ନ ଯେ କାହିଁକି ଏଯାଏଁ ମଣ୍ଡିରେ ଧାନ ଗ୍ରହଣ କରାଯାଉନାହିଁ । ଏହି ମଣ୍ଡିରେ ଝାମ୍ମି ଓ ଜୀବା ସମବାୟ ସମିତିର ପ୍ୟାକ୍ସ ମାଧ୍ୟମରେ ଧାନ କ୍ରୟ ପାଇଁ ନିର୍ଦ୍ଧାରଣ ହୋଇଛି । ଅଥଚ ଜୀବା ସମବାୟ ସମିତିର ସଂପାଦକ ସେଠାରେ ଉପସ୍ଥିତ ନାହାନ୍ତି । ଅନୁସନ୍ଧାନ କରିବାରୁ ଜଣାଗଲା ଯେ ମିଲରମାନେ ଆଜି ପଯ୍ୟର୍ନ୍ତ ଧାନ ଅଖା ଦେଇନଥିବା ଯୋଗୁଁ ସଂପାଦକମାନେ ଏହାକୁ ଏକ ଆଳ କରି ଧାନ ସଂଗ୍ରହ କରୁନାହାନ୍ତି । ଉପସ୍ଥିତ ଥିବା ଅନ୍ୟ ଜଣେ ସଂପାଦକ ମଧ୍ୟ ଏହା ସ୍ୱୀକାର କରି ଅଖା ମିଳୁ ନଥିବାରୁ ଧାନ ସଂଗ୍ରହ ହୋଇ ପାରୁନାହିଁ ବୋଲି କହିଥିଲେ ।
   

ଏପଟେ  ଧାନ କଟା ହୋଇ ଜମିରେ ପଡ଼ିଛି । ମଣ୍ଡି ଖୋଲିଲା ବୋଲି ଘୋଷଣା କରାଯିବା ପରେ ଅନେକ ଚାଷୀ ଫସଲ କାଟି ମଣ୍ଡିକୁ ଆଣିବା ପାଇଁ ପ୍ରସ୍ତୁତ ହେଲେଣି । ଚଳିତ ବର୍ଷ ମାତ୍ର ୧୫ ହଜାର ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯିବ। ଏହା ହେଉଛି ଗତବର୍ଷର ଟାର୍ଗେଟ୍‌ ଠାରୁ ୪ ହଜାର ମେଟ୍ରିକ ଟନ୍‌ କମ୍‌  । ଏହା ସତ୍ତ୍ୱେ ନିର୍ଦ୍ଦିଷ୍ଟ କିଛି ମିଲରମାନଙ୍କ ଚାପରେ ଧାନ କ୍ରୟ କରାଯାଉନାହିଁ ବୋଲି କୃଷକ ସଂଘର ସଂପାଦକ ସୂଯ୍ୟର୍ନାରାୟଣ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି । ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ମଧ୍ୟ ଧାନ ଗ୍ରହଣ ହେଉନାହିଁ । ଏହା ପଛରେ ମଧ୍ୟ ଏକ ବିରାଟ ଷଡ଼ଯନ୍ତ୍ର ରହିଛି ବୋଲି କୃଷକ ସଂଘ ଅଭିଯୋଗ କରିଛି । ଧାନ ସଂଗ୍ରହକୁ ଭିତ୍ତି କରି ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ପଂଚାୟତ ନିର୍ବାଚନକୁ ଆଖିଆଗରେ ରଖି ପ୍ରଶାସନ ଆବଶ୍ୟକ ପଦକ୍ଷେପ ନ ନେଲେ ଚାଷୀମାନେ ଭୋଟ ମାଧ୍ୟମରେ ଏହାର ଉଚିତ ଜବାବ ଦେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।