29 April 2017
6:51:32 PM
image
Sambad News
ଗଜପତି

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି

ନିର୍ବାଚନ ବିଜ୍ଞପ୍ତି ଓ ଭୋଟରଙ୍କ ଲିଷ୍ଟ ଜାରି କଲା ପ୍ରଶାସନ

By Sambad | Date: Jan 7 2017 11:29AM
ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି

ଘୁ.ଉଦୟଗିରି/ ଚକାପାଦ: କନ୍ଧମାଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଚକାପାଦ ବ୍ଲକର ୧୨ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୧୯୯ଟି ଓ୍ଵାର୍ଡମେମ୍ବର ପଦବୀ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବ୍ଲକର ୧୨ଟି ପଞ୍ଚାୟତରେ ମୋଟ ୧୭,୭୭୧ ମହିଳା ଓ ୧୭,୪୭୯ପୁରୁଷ ଭୋଟର ରହିଥିବା ସୂଚନା ମିଳିଛି। ସେହିଭଳି ସବୁଠାରୁ ଛୋଟ ବ୍ଲକ ଘୁ.ଉଦୟଗିରିରେ ୮ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୧୧୨ଟି ଓ୍ଵାର୍ଡମେମ୍ବର ସମେତ ୧ଟି ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ନିର୍ବାଚନ ହେବ।

୧୧୨ଟି ବୁଥ୍‌ କେନ୍ଦ୍ରରେ ଭୋଟଗ୍ରହଣ ହେବ ବୋଲି ସ୍ଥାନୀୟ ବିଡିଓ ଦେବୀ ପ୍ରସାଦ ମହାନ୍ତି ଓ ଜିପିଇଓ ବରୁଣ କହଁର ଜଣାଇଛନ୍ତି। ଏଥିରେ ୮ଟି ପଞ୍ଚାୟତରେ ୧୨,୫୬୮ ପୁରୁଷ ଓ ମହିଳା ଭୋଟର ୧୩,୧୭୫ ରହିଛନ୍ତି। ମହିଳା ଭୋଟର ଅଧିକ ଥିବାରୁ ସେମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଏଠାରେ ଜିଲ୍ଲା ପରିଷଦ ସଭ୍ୟ ଅନୁସୂଚିତ ଜାତିନିମନ୍ତେ ସଂରକ୍ଷିତ ରହିଛି। ଏହି ବ୍ଲକରେ ନିର୍ବାଚନ ନିମନ୍ତେ ଜାନୁଆରୀ ୧୧ରୁ ୧୭ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ, ୧୮ରେ ଯାଞ୍ଚ ଓ ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ରହିଛି। ଫେବୃଆରୀ ୧୯ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

image