27 March 2017
12:22:42 AM
Sambad News
ଗଜପତି

ଅବକାରୀ ଧରପଗଡ଼, ଜଣେ ଗିରଫ

By Sambad | Date: Jan 12 2017 11:44AM
ଅବକାରୀ ଧରପଗଡ଼,  ଜଣେ ଗିରଫ

କାଶୀନଗର: ଆଗାମୀ ମକର ସଂକ୍ରାନ୍ତିକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବାକୁ ଦୃଷ୍ଟିରେ ରଖି ଅବକାରୀ ଅଧିକ୍ଷକ ହମିଦୁଲ୍ଲା ଖାନ୍‌ ଓ ଗଜପତି ପୋଲିସ୍‌ ଅଧିକ୍ଷକ ସୁଶୀଲ କୁମାର ପାଣିଗ୍ରାହୀଙ୍କ ନିର୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ପ୍ରଦୀପ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏପିଆର ପୁଲିସ୍‌ ତଥା ମାଜିଷ୍ଟ୍ରେଟ୍‌ ଆୟୁବ ମଣ୍ଡଳଙ୍କ ସହ ଜିଲ୍ଲାର ସମସ୍ତ ଅବକାରୀ କର୍ମଚାରୀ କାଶୀନଗର ଅଞ୍ଚଳର ଶିରିଡ଼ା, ଝାଙ୍କରଗୁଡା,ଲେନ୍ତାଗୁଡା, ତାମିଲିଗୁଡା, ରାମାୟଗୁଡା, ପେଦାମାଡି ଅଞ୍ଚଳରେ ଚଢଉ କରାଯାଇଥିଲା । ଏଥିରେ ୨,୧୮୦ ଲିଟର ମହୁଲ ପୋଚ, ୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହ ନଷ୍ଟ କରାଯାଇଥିଲା।

ଏ ସଂକ୍ରାନ୍ତରେ ଝାଙ୍କରଗୁଡା ଗ୍ରାମର ଇସାକ ଶବରକୁ ଗିରଫ କରାଯାଇଛି।
    ଚଢାଉରେ କାଶୀନଗର ଅବକାରୀ ଉପନୀରିକ୍ଷକ ଜି.ସୁରିବାବୁ, ସହ ଉପନିରୀକ୍ଷକ ସୁବାସ ଚନ୍ଦ୍ର ମହାଙ୍କୁଡ, କାହ୍ନଚରଣ ବଡ଼ଦଳାଇ, ଚିତ୍ତରଂଜନ ଜେନା, ବୃନ୍ଦାବନ ମଣ୍ଡଳ, କିଶୋର ଚନ୍ଦ୍ର ରଥଙ୍କ ସମେତ ଜିଲ୍ଲାର ସମସ୍ତ ଅବକାରୀ ଷ୍ଟାଫ୍‌ ଓ ସ୍ଥାନୀୟ ଥାନାଧିକାରୀ ପ୍ରଦୀପ କୁମାର ଦାସଙ୍କ ସହ ପୁଲିସ୍‌ ବାହିନୀ ଅଂଶ ଗ୍ରହଣ କରିଥିଲେ। ଏଭଳି ଚଢାଉ ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଜାରି ରହିବ ବୋଲ ଅବକାରୀ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।