29 April 2017
6:58:21 PM
image
Sambad News
ରାଜ୍ୟ

ଆସିଲେନି ଗଜପତି : ସ୍ୱାସ୍ଥ୍ୟ ବିଗିଡ଼ିଲା, ପୁଣି ଆପୋଲୋରେ ଭର୍ତ୍ତି

By Sambad | Date: Jan 4 2017 5:20AM
ଆସିଲେନି ଗଜପତି : ସ୍ୱାସ୍ଥ୍ୟ ବିଗିଡ଼ିଲା, ପୁଣି ଆପୋଲୋରେ ଭର୍ତ୍ତି

ପାରଳାଖେମୁଣ୍ଡିି : ପାରଳା ମହାରାଜା ଗୋପୀନାଥ ଗଜପତି ଦେବ ଆଜି ପାରଳା ଆସିବା ଲାଗି ସମସ୍ତ ପ୍ରସ୍ତୁତି ସରିଥିଲା। ଏପରିକି ତାଙ୍କୁ ଚେନ୍ନାଇ ବିମାନ ବନ୍ଦର ପର୍ଯ୍ୟନ୍ତ ମଧ୍ୟ ଅଣାଯାଇଥିଲା। ମାତ୍ର ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଥିଲା। ସ୍ପାଇସ୍‌ ଏୟାର୍‌ ଜେଟ୍‌ କର୍ତ୍ତୃପକ୍ଷ ଯଦିଓ ଗଜପତିଙ୍କ ପାଇଁ ସ୍ୱତନ୍ତ୍ର ଆସନ ବ୍ୟବସ୍ଥା କରିଥିଲେ, ତେବେ ଏପରି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ବିମାନରେ ଆଣିବାକୁ ବାରଣ କରିଥିଲେ। ଝିଅ କଲ୍ୟାଣୀ ମଧ୍ୟ ବାପାଙ୍କୁ ନେଇ ପାରଳା ଆସିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ଏଣୁ ପୁଣି ଥରେ ଗୋପୀନାଥ ଦେବଙ୍କୁ ସିଧା ଚେନ୍ନାଇ ଆପୋଲୋ ହସ୍ପିିଟାଲ୍‌କୁ ଫେରାଇ ନିଆଯାଇଛି। ଅପରପକ୍ଷେ, ବିଶେଷଜ୍ଞ ଡାକ୍ତରଙ୍କ ହେପାଜତରେ ରହିବା ପରେ ଆଉ ଦୁଇ ଦିନ ପରେ ତାଙ୍କୁ ପାରଳା ଅଣାଯିବା ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

 
ଉଲ୍ଲେଖଯୋଗ୍ୟ, ବହୁ ଦିନ ପରେ ରାଜାଙ୍କୁ ଦେଖିବେ ବୋଲି ପାରଳାବାସୀ ଗଜପତିଙ୍କ ଆସିବା ବାଟକୁ ଅନେଇ ବସିଥିଲେ। ହେଲେ, ଭୀଷଣ ଅସୁସ୍ଥତା ଯୋଗୁଁ ସେ ଆସୁନଥିବା  ଖବର ପ୍ରଚାରିତ ହେବା ପରେ ସମସ୍ତେ ମର୍ମାହତ ହୋଇ ପଡ଼ିଛନ୍ତି। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବାରୁ ସେ ଯାଇପାରିବେ ବୋଲି ଆପୋଲୋ କର୍ତୃପକ୍ଷ ତାଙ୍କୁ ଆଜି ଡିସ୍‌ଚାର୍ଜ କରିବା ଘଟଣା ପାରଳାବାସୀଙ୍କୁ ଆଶ୍ୱସ୍ତ କରିଥିଲା। ମାତ୍ର ବିମାନ ବନ୍ଦରରେ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗଜପତିଙ୍କ ସ୍ୱାସ୍ଥ୍ୟ ଆହୁରି ସ୍ୱାଭାବିକ ହୋଇ ନଥିବା ଆଶଙ୍କା ପ୍ରକାଶ ପାଇବା ସହ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତିି।

image